• Home
  • Celebs News
  • ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି ଅନ୍ତରଧ୍ଵନୀ ରେ ନଜର ଆସିବେ
Celebs News

ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି ଅନ୍ତରଧ୍ଵନୀ ରେ ନଜର ଆସିବେ

ଦିଲ୍ଲୀ ସ୍ଥିତ ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି “ଅନ୍ତରଧ୍ଵନୀ – ଦି ଇନ୍ନର ଭୟେସ” ରେ ନଜର ଆସିବେ । ମୁମ୍ବାଇ ସ୍ଥିତ ଏକ ପ୍ରେସ ମୀଟ ରେ ଏହା ଘୋଷିତ କରାଯାଇଛି ।

୨୪ଏଫବିଏସ ଏନ୍ଟାରଟେନମେନ୍ଟ ଦ୍ଵାରା ପ୍ରସ୍ତୁତ ଏହି ଛବି ଟି ରାଜେଶ କୁମାର ମହାନ୍ତି ଙ୍କ ଦ୍ଵାରା ପ୍ରଯୋଜିତ । ସବୁଠାରୁ ଗୁରୁତ୍ବପୂର୍ଣ କଥା ଏହି ଯେ, ଏହି ଛବି ଟି ଜାତୀୟ ପୁରସ୍କାର ବିଜେତା ଓଡିଆ ନିର୍ଦେଶକ ଓ ସିନେମାଟୋଗ୍ରାଫାର ଏକେ ବୀର ଙ୍କ ଦାଇତ୍ଵରେ ଅଛି । ଏକେ ବୀର ଙ୍କ କାନ୍ଧରେ ସିନେମା ର କାହାଣୀ, ନିର୍ଦେଶନା ଓ ସିନେମଟୋଗ୍ରାଫୀ ର ଦାଇତ୍ଵ ରହିଛି ।

ସିନେମାଟି ବିଷୟରେ ବେଶି କିଛି ନକହି ସ୍ଵପ୍ନା କହିଛନ୍ତି ଯେ, “ଏହା ଏକ ହୃଦୟ ଏବୋଂ ମନ ର ଖେଳ । ଦୁଇଟି ହୃଦୟ ର ଭଲପାଇବା ଏହି ଛବିଟିକୁ ବେଶି ହୃଦୟସ୍ପର୍ଶୀ ଓ ମନମୁଗ୍ଧକର କରିପାରିବ । ସମସ୍ତଙ୍କ ଜୀବନରେ କେବେ ନା କେବେ ଏକ ଭିର୍ଣ୍ଣ ମୋଡ ଆସେ ଯାହା କି ତାକୁ ଖରାପ ବାଟରୁ ଓହରାଇ ଆଣେ” ।

ସ୍ଵପ୍ନା ଆଗରୁ ନାୟକ ଜିତେନ୍ଦ୍ର ବିଶ୍ଵାଳ ଙ୍କ ବିପକ୍ଷରେ ସିନେମା “ଟୁ ଡିଜାୟାରସ ଆଣ୍ଡ ଏ ଡ୍ରିମ” ରେ ଅଭିନୟ କରିସାରିଛନ୍ତି । ସେ ମଧ୍ୟ ଅନେକ ବଙ୍ଗଳା ଓ ତେଲୁଗୁ ସିନେମା ରେ ଅଭିନୟ କରିସାରିଛନ୍ତି । ସ୍ଵପ୍ନା ବିଭିର୍ଣ ସାମାଜିକ କାମରେ ନିଜକୁ ନିଯୋଜିତ କରିଛନ୍ତି ଓ ନିଜର ରୋଜଗାରର ଅନେକ ଭାଗ ଏଥିପାଇଁ ବିନିଯୋଗ କରିଆସୁଛନ୍ତି । ସେ ପ୍ରଥମ, ଜିଏ କି ହୋଲି ପର୍ବରେ ପ୍ରକୃତିକ ରଙ୍ଗ ଖେଳିବାକୁ କହିଥିଲେ ।

ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି ଅନ୍ତରଧ୍ଵନୀ ରେ ନଜର ଆସିବେ  ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି ଅନ୍ତରଧ୍ଵନୀ ରେ ନଜର ଆସିବେ

Related posts

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ସଂଳାପ ଲେଖକ, ଡାକ୍ତର ସୁବୋଧ ପଟ୍ଟନାୟକ ଆଉ ନାହାନ୍ତି

Krishna Kumar Manoj

Satyajeet Pradhan And His Singing Career

Jitendra

A Very Happy Birthday To Ollywood Actor Pintu Nanda

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More