Movie News

ଆସନ୍ତା ସପ୍ତାହରେ ପରଦା ଉପରକୁ ଆସୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚିତ୍ର ବଜରଙ୍ଗୀ

ମୁନ ଟିଭି ମୁଭିଜ ପ୍ରଯୋଜିତ ସାର୍ଥକ ଟିଭି ନିବେଦିତ ନୂଆ ଓଡିଆ ଚଳଚିତ୍ର ବଜରଙ୍ଗୀ ନଭେମ୍ବର ୩ ତାରିଖରେ ପରଦା ଉପରକୁ ଆସୁଛି । ଚଳଚିତ୍ରର ମୁଖ୍ୟ ଭୂମିକାରେ ଅମ୍ଳାନ ଦାସ ଓ ଅନୁଭା ସୌର୍ଜ୍ୟା ଥିବାବେଳେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ସିଦ୍ଧାନ୍ତ ମହାପାତ୍ର, ନେନା ଦାଶ, ପ୍ରଜ୍ଞା ଖଟୁଆ, ପ୍ରତିଭା ଦାସ ଓ ଅସିତ ପତି।

ସଚ୍ଚିକାନ୍ତ ଜେନା ଏହି ଫିଲ୍ମର କାହାଣୀ ଲେଖିବା ସହିତ ପ୍ରଯୋଜନା କରିଛନ୍ତି । ନିର୍ଦେଶନାରେ ଅଛନ୍ତି ବିନି ପଟ୍ଟନାୟକ ଓ ଚିତ୍ରନାଟ୍ୟ ସହ ସଂଳାପ ଲେଖିବା ଡାଇତ୍ଵ ତୁଲାଇଛନ୍ତି ଡ. ରଜନୀ ରଞ୍ଜନ ।

ସୁବ୍ରତ ସ୍ଵାଇଁ, ବସନ୍ତ ରାଜ ସାମଲଙ୍କ ବଳିଷ୍ଠ ଲେଖାକୁ ସ୍ଵରରେ ସଜାଇଛନ୍ତି ପ୍ରେମ ଆନନ୍ଦ ।

ବଜରଙ୍ଗୀ ରେ ଅନୁଭା ଜେନ ସଚ୍ଚୋଟ ପୁଲିସ ଅଧିକାରୀ ଚରିତ୍ରରେ ଦେଖିବାକୁ ମିଳିବ । ଅମ୍ଳାନଙ୍କ ସହ ତାଙ୍କର ଅନସ୍କ୍ରିନ ରୋମାନ୍ସ କୁ ନେଇ ଏବେଠୁ ଖୁବ ଚର୍ଚ୍ଚା ଚାଲିଛି ।

ମୁଁ ପ୍ରେମୀ ମୁଁ ପାଗଳ ଜରିଆରେ ଓଡିଆ ସିନେମା ଜଗତକୁ ଆସିଥିଲେ ଅନୁଭା । ଏହାପରେ ତାଙ୍କ ଶ୍ଵିଟ ହାର୍ଟ ଆସିଥିଲା ପ୍ରେକ୍ଷ୍ୟାଳୟକୁ । ଏହି ଦୁଇ ସିନେମାରେ ଚମତ୍କାର ଅଭିନୟ କରିଥିବା ଅନୁଭା ଏ ସିନେମାରେ ମଧ୍ୟ ବେଶ ଭଲ କରିବେ ବୋଲି ସମସ୍ତଙ୍କର ଆଶା ଓ ବିଶ୍ଵାସ ।

ଆସନ୍ତା ସପ୍ତାହରେ ପରଦା ଉପରକୁ ଆସୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚିତ୍ର ବଜାରଙ୍ଗୀ   ଆସନ୍ତା ସପ୍ତାହରେ ପରଦା ଉପରକୁ ଆସୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚିତ୍ର ବଜରଙ୍ଗୀ

ପଢନ୍ତୁ, ଏବେ କଡା ସୁରକ୍ଷା ଭିତରେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ, ବାସଭବନକୁ ଘେରାଉ କଲେ ମହିଳା

Related posts

Ollywood Released Odia Flick “Katha Deli Matha Chhuin”

ENO Beuro

Maa – A New Odia Short Movie By Nirmala Kruti Bikash Trust

ENO Beuro

Upcoming Odia Film Of Amlan Das “Sapanara Pathe Pathe” In Raja Festival

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More