ମୁନ ଟିଭି ମୁଭିଜ ପ୍ରଯୋଜିତ ନୂଆ ଓଡିଆ ଚଳଚ୍ଚିତ୍ର ବଜରଙ୍ଗୀ ଅଡ଼ିଓ ରିଲିଜ

ମୁନ ଟିଭି ମୁଭିଜ ପ୍ରଯୋଜିତ ନୂଆ ଓଡିଆ ଚଳଚ୍ଚିତ୍ର ବଜରଙ୍ଗୀ ଅଡ଼ିଓ ରିଲିଜ

ମୁନ ଟିଭି ମୁଭିଜ ପ୍ରଯୋଜିତ, ସାର୍ଥକ ଟିଭି ନିବେଦିତ ନୂଆ ଓଡିଆ ଚଳଚ୍ଚିତ୍ର ବଜରଙ୍ଗୀ ର ସଙ୍ଗୀତ ଉନ୍ମୋଚନ ଉତ୍ସବ ଭୁବନେଶ୍ଵର ସ୍ଥିତ ସୁର୍ୟାନ୍ସ ହୋଟେଲରେ ଅନୁଷ୍ଠିତ ହେଇଛି । ସଚ୍ଚିକାନ୍ତ ଜେନା ଏହି ସିନେମାର ପ୍ରଯୋଜନାରେ ଥିବାବେଳେ ନିର୍ଦ୍ଦେଶନା ଦାଇତ୍ଵ ତୁଲାଇଛନ୍ତି ବିନି ପଟ୍ଟନାୟକ । ବଜରଙ୍ଗୀର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଡ. ରଜନୀ ରଞ୍ଜନ । ପବ୍ଲିସିଟି ଡିଜାଇନ କରିଛନ୍ତି ପ୍ରଣୟ ଜେଠୀ ।

ଏହି ଚଳଚ୍ଚିତ୍ରରେ ଅମ୍ଳାନ ମୁଖ୍ୟ ନାୟକ ଭୂମିକା ନିର୍ବାହ କରୁଥିବାବେଳେ ଅନୁଭା ନାୟିକା ଭାବେ ଦେଖିବାକୁ ମିଳିବେ । ଉଭୟ ଅମ୍ଳାନ ଓ ଅନୁଭା ଓଲିଉଡରେ ପରିଚିତ ମୁହଁ ହେଇଥିଲେ ହେଁ ଏହି ସିନେମାରେ ପ୍ରଥମ କରି ପରସ୍ପର ବିପକ୍ଷରେ ଅଭିନୟ କରୁଛନ୍ତି । ଅନୁଭା ଏଥିରେ ଜଣେ ପୁଲିସ ଅଫିସର ଭୂମିକାରେ ଆବତୀର୍ଣ୍ଣ ହେଇଛନ୍ତି ।

ଅମ୍ଳାନ ଓ ଅନୁଭାଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ନେନା ଦାସ, ଅପରାଜିତା, ପ୍ରଜ୍ଞା ଖଟୁଆ, ମିଟୁ ମିଥୁନ, ଅସିତ ପତି, ପ୍ରମୁଖ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ ।

ସିନେମାରେ ସ୍ଥାନ ପାଇଛି ୫ତି ଗୀତ । ଏଥିରୁ ଦୁଇଟି ସୁବ୍ରତ ସ୍ଵାଇଁ ଲେଖିଥିବାବେଳେ ଅବଶିଷ୍ଟ ତିନୋଟି ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ । ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ପ୍ରେମ ଆନନ୍ଦ ।

ଗୀତାଗୁଡିକ ସୋସିଆଲ ମିଡିଆରେ ପ୍ରସାରିତ ହେଇ ଦର୍ଶାକୀୟ ଆଦୃତି ଲାଭ କରିଛି । ଇତି ମଧ୍ୟରେ ତିନି ଲକ୍ଷରୁ ଅଧିକ ଦର୍ଶକ ଏହି ଗୀତଗୁଡିକୁ ଦେଖିସାରିଲେଣି । ବିଶେଷକରି ଆଇଟମ ଗୀତ “ମୋ ହଳଦୀ ଗିନା….” ଏବେ ବେଶ ଚର୍ଚ୍ଚାରେ ଅଛି । ୩ ତାରିଖ ମାନେ ଆସନ୍ତା କାଲୀ ଏହି ଚଳଚ୍ଚିତ୍ରଟି ରାଜ୍ୟର ୭୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ମୁନ ଟିଭି ମୁଭିଜ ପ୍ରଯୋଜିତ ନୂଆ ଓଡିଆ ଚଳଚ୍ଚିତ୍ର ବଜରଙ୍ଗୀ ଅଡ଼ିଓ ରିଲିଜ