Movie News

ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ଙ୍କ ପ୍ରଯୋଜିତ ନୂଆ ଓଡିଆ ଚଳଚିତ୍ର ବ୍ଳାକମେଲ ର ଶୁଭ ମହୁରତ

ପ୍ରଥମ ଥର ପାଇଁ କୋରିୟଗ୍ରାଫର ଅମିତ କୁମାର ନାୟକ ଦେବେ ସିନେମାରେ ନିର୍ଦେଶନା

ନୂଆ ଓଡିଆ ଚଳଚିତ୍ର ବ୍ଳାକମେଲ ର ଶୁଭ ମହୁରତ ଗତକାଲି ଅନୁଷ୍ଠିତ ହେଇଯାଇଛି । ମା ସିଂହାସିନୀ ଫିଲ୍ମ୍ସ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଏହି ସିନେମାର ପ୍ରଯୋଜନାରେ ଅଛନ୍ତି ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ପୂର୍ବରୁ ବିଭିର୍ଣ୍ଣ ସିନେମା ତଥା ଆଲବମରେ ଅଭିନୟ କରିସାରିଥିବା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ଏଥିରେ ଅଭିନୟ ସାଙ୍ଗକୁ ପ୍ରଯୋଜନା ମଧ୍ୟ କରିଛନ୍ତି ।

ଏହାର ନିର୍ଦେଶନା ଓ ନୃତ୍ୟ ସଂଯୋଜନାରେ ରହିଛନ୍ତି କୋରିୟଗ୍ରାଫର ଅମିତ କୁମାର ନାୟକ । ସଙ୍ଗୀତ ନିର୍ଦେଶନା ଦେବେ ପ୍ରେମ ଆନନ୍ଦ । କ୍ୟାମେରା ପରିଚାଳନାରେ ଅଜିତ କିଶୋର ଦାସ ରହିଛନ୍ତି । ସଂଳାପ ଲେଖିଛନ୍ତି ବାପୁ ଗୋସ୍ଵାମୀ । ସମ୍ପାଦନାରେ ରହିଛନ୍ତି ରାଜେଶ ଦାଶ ।

ଅର୍ଦ୍ଧେନ୍ଦୁଙ୍କ ବ୍ୟତୀତ ଅଭିନୟରେ ଆହାନା, ତମନ୍ନା, ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ରତନ ମେହେର, ଜର୍ଜ ତିଆଡି, ଜୀବନ ପଣ୍ଡା, ସଲିଲ ମିତ୍ର, ପ୍ରଜ୍ଞା, ଗୁଡ୍ଡୁ, ଜ୍ଞାନ, ମାମୁନି ମିଶ୍ର, ପ୍ରତିଭା ପଣ୍ଡା, ନଲିନୀ, ରାଜଶ୍ରୀ, ବେବି, ବିଜୟ କୁମାର ପ୍ରମୁଖ ରହିଛନ୍ତି ।

ଗତକାଲିର ଏହି ମହୁରତ ଉଶ୍ଚବରେ ଅଭିନେତା ମିହିର ଦାସ୍ ଙ୍କ ସମେତ କଳାକାର, ପ୍ରଯୋଜକ, ନିର୍ଦେଶକ ମଧ୍ୟ ଯୋଗ ଦେଇଥିଲେ ।

ନୂଆ ଓଡିଆ ଚଳଚିତ୍ର ବ୍ଳାକମେଲ ର ଶୁଭ ମହୁରତ

Related posts

Odia Movie Badmas Toka Grand Premiere Today At Shriya Cine Complex, BBSR

ENO Beuro

Studio Gopix & Odissey Chalachitra Going To Release “Hey Prabhu Dekha De”

Jitendra

In This Dussera “Love Pain Kuch Bhi Karega”

Jitendra

1 comment

Leave a Comment