ସାମ୍ନାକୁ କୁ ଆସିଲା “ଦେବଦାସ”ର ଫାଷ୍ଟ ପୋଷ୍ଟର, ଚର୍ଚ୍ଚାରେ ଓଲିଉଡର ପାରୋ !

ଚର୍ଚ୍ଚାରେ ଭୁମିକାଙ୍କ ‘ପାରୋ’ ଲୁକ

ବଲିଉଡ ଫିଲ୍ମ ‘ଦେବଦାସ’ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହେଉଛି ପରିଅଡ୍ ଡ୍ରାମା ଫିଲ୍ମ । ଯାହାର ଟାଇଟଲ୍ ରହିଛି ‘ନାୟକର ନାଁ ଦେବଦାସ’ । ଏହି ଅପକମିଂ ସିନେମାର ଫାଷ୍ଟ ପୋଷ୍ଟର୍ ଏବେ ରିଲିଜ୍ ହୋଇଛି। ଏହି ସିନେମାରେ ଦେବଦାସ ଭୂମିକାରେ ନଜର ଆସିବେ ଅଭିନେତା ଅସିତ, ପାରୋ ଚରିତ୍ରରେ ଭୂମିକା ଏବଂ ଚନ୍ଦ୍ରମୂଖୀ ଭାବେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ।

ଏହା ପୂର୍ବରୁ ଚଳଚ୍ଚିତ୍ର ଭୈରବରେ ଅଶିତଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଆଉ ଦେବଦାସ୍ ତାଙ୍କର ଦ୍ୱିତୀୟ ସିନେମା । ଅଭିନେତା ଅସିତଙ୍କ ସମେତ ଅଭିନେତ୍ରୀ ଭୂମିକାଙ୍କ ପାରୋ ଅନ୍ଦାଜ ବି ରିଭିଲ୍ ହୋଇଛି । ସୁଟିଂ ସେଟରୁ ଭୂମିକାଙ୍କ ପାରୋ ଲୁକ୍ସର କିଛି ଫଟୋ ମେକର୍ ରିଲିଜ କରିଛନ୍ତି । ବେଙ୍ଗଲି ଶୈଳୀରେ ଶାଢି ପିନ୍ଧି, ଲମ୍ବା କେଶ ଆଉ ମଥାରେ ବଡ ବିନ୍ଦି ପିନ୍ଧି ଭୂମିକା ନଜର ଆସିଛନ୍ତି । ଏହି ଅପକମିଂ ସିନେମାର ସୁଟିଂ ଆରମ୍ଭ ହୋଇ ସାରିଛି।

ଏହି ସିନେମାରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଦେଖିବାକୁ ମିଳିବ ଚନ୍ଦ୍ରମୂଖୀ ଭୂମିକାରେ। ଚନ୍ଦ୍ରମୂଖୀ ଭଳି ବଳିଷ୍ଠ ଚରିତ୍ରକୁ ପରଦାରେ ତୁଲାଇବେ ଅନୁ। ଯାହା ଅନୁଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି। ପୂର୍ବରୁ ବି ଅନୁଙ୍କ ଗ୍ଲାମରସ ଲୁକ ଅନେକ ଥର ପରଦାରେ ଦେଖିବାକୁ ମିଳିଛି। ଆଉ ଏବେ ଚନ୍ଦ୍ରମୂଖୀ ହୋଇ ନିଜ ଫ୍ୟାନ୍ସଙ୍କୁ ଏଟଂଟରଟେନ କରିବେ ଅଭିନେତ୍ରୀ ଅନୁ ଚୌଧୁରୀ। ମୃତ୍ୟୁଂଜୟ ସାହୁ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ଫିଲ୍ମର ପ୍ରଯୋଜନା କରୁଛନ୍ତି ଶିଶିର ଚନ୍ଦ୍ର ଦାସ ଓ କିର୍ତନ ଚନ୍ଦ୍ର ପାତ୍ର।

ପଢନ୍ତୁ; ନାବାଳିକା ଦୁଷ୍କର୍ମ ମାମଲା:ବାବା ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ!

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More