ଆସନ୍ତା ୧୭ ସେପ୍ଟେମ୍ବର ରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହଉଛି ଓଡିଆ ଛବି ଏମିତି ବି ହେଇପାରେ

ଆସନ୍ତା ୧୭ ସେପ୍ଟେମ୍ବର ରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହଉଛି ଓଡିଆ ଛବି ଏମିତି ବି ହେଇପାରେ

ଆସନ୍ତା ୧୭ ସେପ୍ଟେମ୍ବର ରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହଉଛି ନୂଆ ଓଡିଆ ଛବି ଏମିତି ବି ହେଇପାରେ । ଏହାର ମୁଖ୍ୟ ଭୂମିକାରେ ଶଶିକାନ୍ତ ବାରିକ, ରୂପାଲୀ, ଦୀପକ ଓ ସୁମନ ।

ସିନେମାଟିର ପ୍ରଯୋଜନା ଦାଇତ୍ଵରେ ରବି ନାରାୟଣ ଦାସ ଅଛନ୍ତି । ଚିତ୍ରନାଟ୍ୟ ସହ ନିର୍ଦେଶନାରେ ଅଛନ୍ତି ରାଜୀବ ମହାନ୍ତି ।

ବୈଦ୍ୟନାଥ ଦାଶ ଏହାର ସଂଗୀତା ନିର୍ଦେଶନା ଦେଇଥିବା ବେଳେ ଗୀତ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ ଓ ବାପୁ ଗୋସ୍ଵାମୀ । ଗୀତରେ ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ଅସୀମା ପଣ୍ଡା, ଅଞ୍ଜଳି ଓ ଅର୍ପିତାଙ୍କ  କଣ୍ଠସ୍ଵର ଶୁଣିବାକୁ ମିଳିବ ।

ସବୁ ଗୀତ ଗୁଡିକ ଖୁବ ହୃଦୟସ୍ପର୍ଶୀ ହେଇଛି । କାହାଣୀର ଚାହିଦା ଅନୁଯାଇ ଗୀତ ଗୁଡିକ ଖୁବ ସୁନ୍ଦର ଭାବେ ଖଞ୍ଜା ଯାଇଛି । ଏଥିରେ ସର୍ବମୋଟ ୫ ଟି ଗୀତ ରହିଛି ଓ ୫ଟି ଯାକ ୫ ପ୍ରକାର ହେଇଛି ।  ରଜ ଗୀତ, ଗଣେଶ ପୂଜା ଭସାଣି ଗୀତ, ରୋମାନ୍ଟିକ ଗୀତ ଓ ଆଉ ଦୁଇଟି ସୁନ୍ଦର ଗୀତ ମଧ୍ୟ ଏଥିରେ ଅଛି ଯାହା ଦର୍ଶକଙ୍କୁ ଭଲଲାଗିବା ଭଳି କରିଛନ୍ତି ବୈଦ୍ୟନାଥ ଦାଶ ।

ଓଡିଶାର କଳା, ସଂସ୍କୃତି, ଚଳଣି, ପୂଜାପର୍ବ, ପରମ୍ପରାଉପରେ ଆଧାରିତ ପୁରା ପାରିବାରିକ କାହାଣୀକୁ ନେଇ ସିନେମାଟି ପ୍ରସ୍ତୁତ ହେଇଥିବାରୁ କାହାଣୀଟି ସବୁ ବର୍ଗର ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି ।

ଆସନ୍ତା ୧୭ ସେପ୍ଟେମ୍ବର ରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହଉଛି ଓଡିଆ ଛବି ଏମିତି ବି ହେଇପାରେ