Movie News

ବକ୍ରତୁଣ୍ଡ କ୍ରିଏସନସ ବ୍ୟାନରର ଚଳଚିତ୍ର “ଏମିତି ବି ହେଇପାରେ” ୧୭ ସେପ୍ଟେମ୍ବର ରେ ମୁକ୍ତିଲାଭ କରିବ

ବକ୍ରତୁଣ୍ଡ କ୍ରିଏସନସ ବ୍ୟାନରର ଚଳଚିତ୍ର "ଏମିତି ବି ହେଇପାରେ" ୧୭ ସେପ୍ଟେମ୍ବର ରେ ମୁକ୍ତିଲାଭ କରିବ

ବକ୍ରତୁଣ୍ଡ କ୍ରିଏସନସ ବ୍ୟାନରର ଚଳଚିତ୍ର “ଏମିତି ବି ହେଇପାରେ” ଆସନ୍ତା ୧୭ ସେପ୍ଟେମ୍ବର ରେ ମୁକ୍ତିଲାଭ କରିବ । ରବି ନାରାୟଣ ଦାସ ଏହାର ପ୍ରଯୋଜନା କରିଥିବା ବେଳେ ଚିତ୍ରନାଟ୍ୟ ଲେଖିବା ସହ ନିର୍ଦେଶନା ଦେଇଛନ୍ତି ରାଜୀବ ମହାନ୍ତି । କାହାଣୀ ଲେଖିଛନ୍ତି ଚିନ୍ମୟୀ ମହାନ୍ତି ଓ ସଂଗୀତ ନିର୍ଦେଶନା ରେ ଅଛନ୍ତି ବୈଦ୍ୟନାଥ ଦାଶ ।

ପ୍ରେମ ଆଧାରିତ ଏହି ସିନେମାରେ ଉଭୟ ନାୟକ ନାୟିକା ଙ୍କ ସହ ଅନ୍ୟ ସହ କଳାକାର ମାନଙ୍କ ନୂଆ ମୁହଁକୁ ଗୁରୁତ୍ଵ ଦେଇଛନ୍ତି ପ୍ରଯୋଜକ । ପ୍ରଯୋଜକ ଙ୍କ କହିବାନୁସାରେ, ନୂଆ ହେଲେ ହେଁ ଏହି କଳାକାରମାନେ ଖୁବ ପ୍ରତିଭାବାନ ଓ ସେମାନେ ଦର୍ଶକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିପାରିବେ ।

ସିନେମାର ଗୀତ ଗୁଡିକ ଲେଖିଛନ୍ତି ବାପୁ ଗୋସ୍ଵାମୀ, ପଂଚାନନ ନାୟକ ଓ ଅରୁଣ ମନ୍ତ୍ରୀ । ହ୍ୟୁମାନ ସାଗର, ତାରିକ ଅଜିଜ, ବିଷ୍ଣୁମୋହନ କବି, ସତ୍ୟଜିତ, ଅଞ୍ଜଳି ଦାସ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ ଓ ଜାଗୃତି ମିଶ୍ର ପ୍ରମୁଖ ବିଭିର୍ଣ୍ଣ ଗୀତ ପାଇଁ କଣ୍ଠଦାନ କରିଛନ୍ତି ।

ଚଳଚିତ୍ର ଟିର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ ଶଶିକାନ୍ତ ଓ ରୂପାଲି । ଅନ୍ୟାନ୍ୟ ଭୂମିକାରେ ପଦ୍ମଲୋକ, ସୁଲୋଚନା, ସଂଗ୍ରାମ, ହରିହର, ସୁମନ, ଦୀପକ, ପ୍ରହଲ୍ଲାଦ, ଦିଲ୍ଲୀପ, ନିହାରିକା ପ୍ରମୁଖ ଦେଖିବାକୁ ମିଳିବ ।

ବକ୍ରତୁଣ୍ଡ କ୍ରିଏସନସ ବ୍ୟାନରର ଚଳଚିତ୍ର "ଏମିତି ବି ହେଇପାରେ" ୧୭ ସେପ୍ଟେମ୍ବର ରେ ମୁକ୍ତିଲାଭ କରିବ

Related posts

Badmash Toka Odia Movie Subha Mahurat

Jitendra

Karan Singh Ray Coming With His Next Ollywood Flick Tike Anadi Pura Khiladi

ENO Beuro

Babushan Mohanty’s Upcoming Odia Movie “Love Pain Kuchh Bhi Karega”

Jitendra

1 comment

Leave a Comment