ଆଜି ଦୁଇଟି ଓଡିଆ ଛବି "ଯଷ୍ଟ ମୋହବତ" ଓ "ସପନର ପଥେ ପଥେ" ପରଦା ଉପରକୁ ଆସୁଛି

ଆଜି ଦୁଇଟି ଓଡିଆ ଛବି “ଯଷ୍ଟ ମୋହବତ” ଓ “ସପନର ପଥେ ପଥେ” ପରଦା ଉପରକୁ ଆସୁଛି

ଆଜି ଗଣେଶ ପୂଜାର ବଜାରକୁ ଆହୁରି ରଙ୍ଗୀନ କରିବା ପାଇଁ ଏକାସହିତ ଦୁଇଟି ଓଡିଆ ଛବି ପରଦା ଉପରକୁ ଆସୁଛି । ଏଥିମଧ୍ୟରୁ ଗୋଟିଏ ହେଲା “ଯଷ୍ଟ ମୋହବତ” ଏବଂ ଅନ୍ୟଟି “ସପନର ପଥେ ପଥେ” ।

ଏଲିକ୍ସିର୍‌ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ତଥା କଲ୍ୟାଣ ଏସ୍‌. ଛୋଟରାୟ ଓ ରମେଶ ବାରିକ ପ୍ରଯୋଜିତ ଓଡ଼ିଆ ଛବି “ଯଷ୍ଟ ମୋହବତ” ର ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌.କେ. ମୁରଲୀଧରନ୍‌। ଏହା ଏକ ପ୍ରେମକାହାଣୀଧର୍ମୀ ସିନେମା । ଏଥିରେ ଆକାଶ ଓ ଅର୍ଚ୍ଚିତା ମୁଖ୍ୟ କଳାକାର ଥିବା ବେଳେ ଅନୀତା ଦାସ, ପପୁ ପମପମ୍‌ ଓ ସମରେଶ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ବାପୁ ଗୋସ୍ୱାମୀ ଫିଲ୍ମର ସଂଳାପ ଲେଖିଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ୍‌ ମଜୁମଦାର୍‌। ଯଷ୍ଟ ମୋହବତ ର ଗୀତ ଗୁଡିକ ମଧ୍ୟ ବହୁତ ଲୋକପ୍ରିୟ ହେଇଗଲାଣି ।

ସାର୍ଥକ ମ୍ୟୁଜିକ୍‌ ଦ୍ୱାରା ପ୍ରସ୍ତୁତ ତଥା ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ “ସପନର ପଥେ ପଥେ” ର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। ଏହାର ସଂଳାପ ଲେଖିଛନ୍ତି ଡ. ନିର୍ମଳ ନାୟକ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ। ଏହି ପ୍ରେମ କାହାଣୀଭିତ୍ତିକ ଓଡ଼ିଆ ସିନେମାରେ ଅମ୍ଳାନ, ନବାଗତା ସନମୀରା, ସିଦ୍ଧାନ୍ତ, ମନୋଜ ପଟ୍ଟନାୟକ ଓ ଚିତ୍ତରଂଜନ ତ୍ରିପାଠୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି ।

ଅର୍ଚିତା ଓ ଆକାଶ ଙ୍କ ଯୋଡି ଆଗରୁ ପରଦା ଉପରକୁ ଆସିସାରିଛି । କିନ୍ତୁ ଏହି ନୂଆ ଅମ୍ଳାନ ଓ ସନମୀରା ଙ୍କ ଯୋଡି କେତେଦୂର ସିନେପ୍ରେମୀ ଙ୍କ ଦ୍ଵାରା ଆଦୃତ ହଉଛି ଦେଖିବାକୁ ପଡିବ ।

ଆଜି ଦୁଇଟି ଓଡିଆ ଛବି "ଯଷ୍ଟ ମୋହବତ" ଓ "ସପନର ପଥେ ପଥେ" ପରଦା ଉପରକୁ ଆସୁଛି

ଏମିତି ବି ହେଇପାରେ ଓଡିଆ ସିନେମାର ଅଡିଓ ରିଲିଜ