Uncategorized

ପ୍ରେକ୍ଷାଳୟରେ ରାକେଶ – ଜୟାଙ୍କ ‘ଲଭ ପ୍ରମିଜ୍’ !

ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ରାକେଶ ଏବଂ ଅଭିନେତ୍ରୀ ଜୟା

ଆଜି ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡିଆ ଚଳଚିତ୍ର ‘ଲଭ ପ୍ରମିଜ୍’ । ଯାହାର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ରାକେଶ ଏବଂ ଅଭିନେତ୍ରୀ ଜୟା । ସିନେମାରେ ଦିଆ ଏବଂ ଆଦି ଭୂମିକରେ ଅଭିନୟ କରିଥିବା ଏ ଦୁଇ କଳାକାରଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ସିନେମାରେ ବିଷୟବସ୍ତୁ । ଯେଉଁଠି ୨ଟି ଆତ୍ମାର ମିଳନ କଥାକୁ କୁହାଯାଇଛି ।

ବିଶ୍ୱାସ ପ୍ରଡକ୍ସନ୍ ନିବେଦିତ ଏହି ସିନେମାରେ ପ୍ରଯୋଜନା ଦାଇତ୍ଵରେ ରହିଛନ୍ତି ଜୟନ୍ତି ବିଶ୍ଵାସ । ନିର୍ଦେଶନ ଦେଇଛନ୍ତି ସନ୍ତୋଷ ବିଶ୍ଵାଳ । କାହାଣୀ ଓ ଚିତ୍ରନାଟ୍ୟରେ ରହିଛନ୍ତି ଜୟନ୍ତୀ ବିଶ୍ଵାସ । ସଂଗୀତା ନିର୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ମିଶ୍ର ,ଉଷାଶୀ ମିଶ୍ର , ବିଶ୍ଵ ଭୂଷଣ ପଣ୍ଡା , ଜ୍ୟୋତି ପ୍ରକାଶ ତ୍ରିପାଠୀ,ସଂଗୀତା ପଟ୍ଟନାୟକ,ମଧୁସ୍ମିତା ସ୍ଵାଇଁ,ଲିପାଞ୍ଜଳି ସ୍ଵାଇଁ,ଅଶ୍ଵିନ ବାବା,ହୃଷୀକେଶ କୁଳଦୀପ,ତ୍ରୟମ୍ବକ ଖେତି,ପଲ୍ଲବୀ ସ୍ଵାଇଁ ପ୍ରମୁଖ କଳାକାର ଅଭିନୟ କରିଛନ୍ତି ।

ସିନେମାରେ ନୃତ୍ୟ ଓ ଗୀତକୁ ଗୁରୁତ୍ଵ ଦିଆ ଯାଇଛି । ତେଣୁ ଦର୍ଶକ ମାନେ ଏହାକୁ ନିଶ୍ଚିନ୍ତ ଭାବେ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଏବଂ କଳାକାର ମାନେ ଆଶା ରଖିଛନ୍ତି ।

ପଢନ୍ତୁ ;

ଅମିରଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ରେ କୃଷ୍ଣ ଭୂମିକାରେ କିଏ ନଜର ଆସିବେ ଜାଣନ୍ତୁ ?

Related posts

ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର

ENO Beuro

ଫେସ୍‌ବୁକ୍‌ରେ ନିଜର ଲୋକେସନ ସେୟାର କରି ଫଶିଗଲେ ମହିଳା

ENO Beuro

ଭଲ ନିଦ ଚାହୁଁଛନ୍ତି କି ? ତେବେ ଶୋଇବା ପୂର୍ବରୁ ପିଅନ୍ତୁ ନାହିଁ ଏହି ପାନୀୟ

ENO Beuro

Leave a Comment