Entertainment

ନୂଆ ଓଡିଆ ଚଳଚିତ୍ର “ପ୍ରେମ ପାଇଁ ମହାଭାରତ”ର ଶୁଭ ମହୁରତ୍

“ପ୍ରେମ ପାଇଁ ମହାଭାରତ”

ଆଚାର୍ଯ୍ୟ ଏଣ୍ଟରଟେନମେଣ୍ଟ ର ପ୍ରସ୍ତୁତି , ପ୍ରଯୋଜକ ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଏବଂ ଛବିତା ମାର୍ଥଙ୍କ ଏକ ଭିନ୍ନ ସ୍ଵାଦର ମନୋରଞ୍ଜନ ଧର୍ମୀ କାହାଣୀକୁ ନେଇ ଆରମ୍ଭ ହେଉଛି ଓଡିଆ ଚଳଚିତ୍ର ‘ ପ୍ରେମ ପାଇଁ ମହାଭାରତ ‘। ପୂର୍ବରୁ ‘ ଯୋଗୀ ‘ ଚଳିଚିତ୍ରର ନିର୍ଦେଶନା ଦେଇଥିବା ଶ୍ରୀ ନିରଞ୍ଜନ ବେହେରା ଏହାର ନିର୍ଦେଶକ।

ପ୍ରେମତ ଶଶ୍ଵତ ଓ ଚିରନ୍ତନ । କିନ୍ତୁ ଏହାକୁ ଭିତ୍ତିକରି ରହିଥାଏ ମଣିଷର ଜୈବିକ ପ୍ରବୃତ୍ତି । ପ୍ରବୃତ୍ତି କବନ୍ଧିତ କରିପକାଏ ଥରେ ଥରେ ପ୍ରେମକୁ । ସୃଷ୍ଟି ହୁଏ ମହାଭାରତ । ଏହି ଭଳି ବିଷୟ ବସ୍ତୁ ଉପରେ କାହାଣୀ ଗତିଶୀଳ। ଯାହା କି ନିଆରା , ହାସ୍ୟାରାତ୍ମକ ଢଙ୍ଗ ପରଶାଯିବ ଦର୍ଶକଙ୍କୁ । ଆଚାର୍ଯ୍ୟ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ , କାହାଣୀ ରବିଥା ମାର୍ଥା , ସଙ୍ଗୀତ ଅଭିଜିତ୍ ମଜୁମଦାର , ବ୍ୟବସ୍ଥାପନ ସୁଜୟ କାନ୍ତ ସାହୁ ( ମୁନ୍ନା ) ଏବଂ ସଂଳାପ , ଚିତ୍ରନାଟ୍ୟ ଓ ନିର୍ଦେଶନା ନିରଞ୍ଜନ ବେହେରା । ଅଭିନୟରେ : ସମ୍ବିତ , ରିୟା , ପ୍ରିୟଙ୍କା ମହାପାତ୍ର , ବିଜୁ ବଡଜେନା , ସମ୍-ରେଶ , ପିଣ୍ଟୁ ନନ୍ଦ , ହର ରଥ , ଶ୍ରୀତମ୍ ଦାସ , ପପି ସନ୍ତୁକା , ରବି ମିଶ୍ର , ବାବୁଲି , ବ୍ରଜସିଂ , ଅରବିନ୍ଦ , ଅନନ୍ତ , ଗୁଡ୍ଡୁ , ଦେବୁବ୍ରହ୍ମା , ଏବଂ ଆହୁରି ଅନେକ।

ସୁଟ୍ଟିଙ୍ଗ ତା ୦୧ | ୦୫ | ୧୮ ରୁ ଆରମ୍ଭ ହେବ । ଏହାର ଡ୍ରାମା ଅଂଶ ଓଡିଶାରେ ଏବଂ ଗୀତର ସୁଟ୍ଟିଙ୍ଗ ଓଡିଶା ବାହାରେ ହେବାର ସୂଚନା ଦେଇଛନ୍ତି ନିର୍ଦେଶକ ଶ୍ରୀ ନିରଞ୍ଜନ ବେହେରା ।

ଏହି ଚଳଚ୍ଚିତ୍ର ର ଶୁଭ ମହୁରତ୍ ତା ୧୪ | ୦୫ | ୧୮ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ଆସିଥିଲେ ମାନ୍ୟବର ବିଧାୟକ ଅରୁଣ ସାହୁ , ସମ୍ମାନିତ ଅତିଥି ଭାବେ ମେୟର ଶ୍ରୀଯୁକ୍ତ  ନାରାୟଣ ଜେନା।

 

ପଢନ୍ତୁ; ନଭଜୋତ୍‌ ସିଂହ ସିଦ୍ଧୁଙ୍କୁ ହଜାରେ ଟଙ୍କା ଜରିମାନା କରି ଦୋଷମୁକ୍ତ କଲେ ସୁପ୍ରିମ କୋର୍ଟ!

Related posts

ନିଜର ଯାଦୁକାରୀ ଷ୍ଟାଇଲିସ ଶୈଳୀରେ ଚାଲିଲେ ଅଭିନେତ୍ରୀ ନୁଶରତ ଭରୁଚା!

ENO Beuro

ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଉପରକୁ ଜୋତାମାଡ଼ ! ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

ENO Beuro

୩୦ ବର୍ଷରେ ପଦାର୍ପଣ କଲେ ଅନୁଷ୍କା ଶର୍ମା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More