Entertainment

ରଙ୍ଗାରଙ୍ଗ ଉତ୍ସବ ଭିତରେ ଶକ୍ତିର ଅଡିଓ ରିଲିଜ୍ ହୋଇଯାଇଛି

ଶକ୍ତିର ଅଡିଓ ରିଲିଜ୍

ବହୁ ପ୍ରତିକ୍ଷିତ, ବିଗ୍ ବଜେଟ୍, ବିଗ୍ ଧମାକା ଓଡିଆ ଚଳଚ୍ଚିତ୍ର ଶକ୍ତିର ଅଡିଓ ଆଜି ରିଲିଜ୍ ହୋଇଯାଇଛି । ଅଭିଜିତ୍ ମଜୁମଦାରଙ୍କ ମେଲୋଡି ଓ ସୁମଧୁର ସଙ୍ଗୀତ ନିର୍ଦ୍ଦେଶନା ଆଉ ସଙ୍ଗୀତକାର ଡ. ନିର୍ମଳ ନାୟକଙ୍କ ଯୋଡିର ” ଶକ୍ତି ” ହେବ ଏ ବର୍ଷର ମାଇଲସ୍ତମ୍ଭ । କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ବିଷ୍ଣୁ ମୋହନ କବି, ସତ୍ୟଜିତ୍, ମାଧବ, ସ୍ମୃତିମୟୀ ମହାପାତ୍ର, ଅଭିଜିତ୍ ମଜୁମଦାର ।

ଅଡିଓ ରିଲିଜ୍ ଉତ୍ସବରେ ଉପଦେଷ୍ଟା ସୁଜିତ୍ ସାହୁ, ପ୍ରଯୋଜକ ରୋନକ୍ ସାହୁ, ମୀନତି ସାହୁ, ସଂଳାପକାର ରଣଜିତ୍ ପଟ୍ଟନାୟକ, ଡାଇରେକ୍ଟର ସୁଧାକର ବସନ୍ତ, ଅଭିନେତା କରନ୍, ସୂର୍ୟମୟୀ, ପିଣ୍ଟୁନନ୍ଦ, ମିହିର ଦାସ, ଗୁଡୁ ଓ ମିଡିଆ ପ୍ଲାନ୍ ର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଚଳଚ୍ଚିତ୍ରରେ ଓଡିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ୍ ସାଗରଙ୍କ କଣ୍ଠରେ ” ବାପା ମୋ ବାପା… ” ଦର୍ଶକ ମାନଙ୍କୁ ଭାବ ବହୁଳ କରିବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ଆଶା ପ୍ରକଟ କରିଥିଲେ ।

ଶେଷରେ ଅଭିଜିତ୍ ମଜୁମଦାର ଓ ସ୍ମୃତିମୟୀଙ୍କ କଣ୍ଠରେ ” ଗୁଡିରେ ଗୁଡି… ” ଗୀତରେ ଏକ ଧମାକାଦାର ନୃତ୍ୟ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଘୋଷିକା ଅଙ୍କିତା ମହାନ୍ତି ।

ପଢନ୍ତୁ ;

ନୂଆ ଅଫର : ଭୀମ ଆପରେ ୧ ଟଙ୍କା ଟ୍ରାଞ୍ଜାକସନ କରି ପାଆନ୍ତୁ ୫୧ ଟଙ୍କାର କ୍ୟାସବ୍ୟାକ୍

Related posts

ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି ଏହି ଅଭିନେତା

ENO Beuro

ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨’ର ମୋଶନ ପୋଷ୍ଟର !

ENO Beuro

ଅଣ୍ଡର୍‌ଓ୍ବାଲର୍‌ଡ ଡନ୍‌ ଭୂମିକାରେ ବିଦ୍ୟା ବାଲାନ୍‌

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More