Movie News

ନିର୍ମାଣାଧୀନ ସିନେମା “ଶକ୍ତି” ର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି

ନିର୍ମାଣାଧୀନ ସିନେମା “ଶକ୍ତି” ର ସୁଟିଂ ଖୁବ ଶୀଘ୍ର ଆରମ୍ଭ ଆରମ୍ଭ ହେଉଥିବାର ସୂଚନା ମିଳିଛି। ରୋନକ ସାହୁଙ୍କ ପ୍ରଯୋଜନାରେ  ଏବୋଂ ସୁଧାକର ବସନ୍ତଙ୍କ ନିର୍ଦେଶନାରେ ଏହି ସିନେମା ଟି ତିଆରି ହେଉଛି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମଦାର। ଏହାର ସଂଳାପ ଲେଖିଛନ୍ତି ରଣଜିତ ପଟ୍ଟନାୟକ।

ଏହି ସିନେମାରେ ନବାଗତ କରଣ ଅଛନ୍ତି ନାୟକ ଭୂମିକାରେ ଏବଂ ସୁରୟମୟୀ ଅଛନ୍ତି ନାୟିକା ଚରିତ୍ରରେ।   ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତମ ମହାନ୍ତି,ମିହିର ଦାସ,ଅପରାଜିତା,ପପୁ ପମପମ୍‌ ,ପପି ସନ୍ତୁକା ବିଜୁ ବଡ଼ଜେନା ଏବଂ ପ୍ରତିଭା ପଣ୍ଡା ପ୍ରମୁଖ ଅଛନ୍ତି।

ଓଡିଆ ନାୟିକା ସୁରୟମୟୀ ହାତ ଗଣତି କେତୋଟି ସିନେମା କରିଥିଲେ ମଧ୍ୟ ଓଡିଆ ସିନେମା ଜଗତରେ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ନିକଟରେ ସେ ଆଖି ଖୋଲିଲେ ତୁ – ତୁ ହି ତୁ ନାମକ ସିନେମା ରେ ଚମତ୍କାର ଅଭିନୟ ପ୍ରଦର୍ଶିତ କରିଥିଲେ।

‘ଓଡିଆ ରିୟ୍ଯାଲିଟି ଶୋ’ ଜରିଆରେ ଇଣ୍ଟଷ୍ଟ୍ରିରେ ପ୍ରବେଶ କରିଥିବା ସୁରୟମୟୀ ଇତିମଧ୍ୟରେ ‘ଭଲ ପାଏ ତତେ ଶହେ ରୁ ଶହେ’, ‘ଆଖି ଖୋଲିଲେ ତୁ – ତୁ ହି ତୁ’ ରେ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି।

Odia Cinema Shakti

Related posts

Ollywood Flick “Swahaa” Under The Direction Of Filmmaker Jitu Rout

ENO Beuro

Rajeeb Mohanty’s Emiti Bi Heipare Is Coming To The Theatres Near You

ENO Beuro

Revenge Upcoming Odia Cinema

Jitendra

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More