ବାବୁଶାନ ଓ ଶୀତଲ ଙ୍କ ନୂଆ ସିନେମା ସୁନା ପିଲା ଟିକେ ସ୍କ୍ରୁ ଢିଲା ଆଜି ପରଦା ଉପରକୁ ଆସୁଛି

ନୂଆ ସିନେମା ସୁନା ପିଲା ଟିକେ ସ୍କ୍ରୁ ଢିଲା ଆଜି ପରଦା ଉପରକୁ ଆସୁଛି

ଏବର୍ଷର ବହୁପ୍ରତୀକ୍ଷିତ ସିନେମା “ସୁନା ପିଲା ଟିକେ ସ୍କ୍ରୁ ଢିଲା” ଆଜି ମୁକ୍ତିଲାଭ କରୁଛି। ବାବୁସାନ୍‌ ଫିଲ୍ମସ୍‌ ,ପ୍ରକାଶ ଆଣ୍ଡ୍‌ ଧୀରଜ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଏହି ଫିଲ୍ମ । ଏହି ସିନେମା ରେ ବାବୁଶାନ ମହାନ୍ତି ଓ ଶୀତଲ ପାତ୍ର ମୁଖ୍ୟ ଚରିତ୍ର ରେ ଅଛନ୍ତି ।

ବାବୁସାନ୍‌ ଓ ଶୀତଲ୍‌ଙ୍କ ଭଳି ଲୋକପ୍ରିୟ ଯୋଡ଼ିଙ୍କୁ ଏହାପୂର୍ବରୁ  ‘ଯିଏ ଯାହା କହୁ ମୋ’ର ଢ଼ୋ’,‘ଭଲପାଏ ତତେ ୧୦୦ରୁ ୧୦୦’,‘ତୁ ଯେ ସେଇ’,ଓ ‘ଦିଲ୍‌ ଦିଓ୍ଵାନା ହେଇଗଲା’ ଆଦି ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ। ଅନ୍ୟମାନଙ୍କ ମଧ୍ୟରେ ଉତ୍ତମ ମହାନ୍ତି,ଅପରାଜିତା,ମିହିର୍‌ ଦାସ,ପିଣ୍ଟୁ ନନ୍ଦ,ପପୁ ପମ୍‌ପମ୍‌,ପ୍ରଜ୍ଞା,ସଲିଲ୍‌ ମିତ୍ର ଓ ଜୀବନ ପଣ୍ଡା ପ୍ରମୁଖ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

“ସୁନା ପିଲା ଟିକେ ସ୍କ୍ରୁ ଢ଼ିଲା” ର ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ । ସିନେମା ର ପ୍ରଯୋଜନା କରିଛନ୍ତି ପ୍ରଶାନ୍ତ ବେହେରା ଓ କେ.ସୁନୀଲ୍‌ ଯାଦବ। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ୍‌ ମଜୁମ୍‌ଦାର୍‌ । ନବାଗତ ସାରିକା ଫିଲ୍ମର ସଂଳାପ ଲେଖିଛନ୍ତି । ନିର୍ମଲ ନାୟକ ଏହାର ଗୀତିକାର । ଏହା ବାବୁସାନ୍‌ଙ୍କର ଏବର୍ଷର ତୃତୀୟ ସିନେମା । ଏହା ପୂର୍ବରୁ ସେ ଦିଲ ଦିଵାନା ହେଇଗଲା ଓ ସିସ୍ଟର ସ୍ରିଦେବୀ ଭଳି ସିନେମା ରେ ଅଭିନୟ କରିଛନ୍ତି ।

ନୂଆ ସିନେମା ସୁନା ପିଲା ଟିକେ ସ୍କ୍ରୁ ଢିଲା ଆଜି ପରଦା ଉପରକୁ ଆସୁଛି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More