Entertainment

ନୂଆ ଓଡିଆ ଚଳଚିତ୍ର ଯୋଗୀର ଅଡିଓ ରିଲିଜ୍ ହୋଇସାରିଛି

ନୂଆ ଯୋଡି ଆର୍ଯ୍ୟନ – ନିକିତାଙ୍କ ଜବରଦସ୍ତ ରୋମାନ୍ସ

ରେଞ୍ଜ ରୟାଲ୍ ସିନେ ଲାବ ଗୋଟିଏ ପରେ ଗୋଟିଏ ସଫଳ ଓଡିଆ ଚିତ୍ର ଭେଟି ଦେଇ ଓଲିଉଡରେ ନିଜର ସ୍ଥିତି ସୃଦୁଢ କରିବାକୁ ଯାଉଛି । ମଞ୍ଚ ଅଭିନେତା , କଳାନୁରାଗୀ ପ୍ରଯୋଜକ ଶ୍ରୀଧର ମାର୍ଥା ନିଜର ନିଆରା ପରିକଳ୍ପନାକୁ ଚଳଚିତ୍ର ମାଧ୍ୟମରେ ସାକାର କାଟିବାକୁ ପ୍ରୟାସ କରୁଛନ୍ତି । ତାଙ୍କର ଉଦ୍ୟେଶ ଦର୍ଶକଙ୍କୁ କିଛି ଭଲ , ମୌଳିକ କାହାଣୀଧର୍ମୀ ଚଳଚିତ୍ର ଭେଟି ଦେବା ।

ଶ୍ରୀ ମାର୍ଥାଙ୍କ କଥା ଦେଲି ମଥା ଛୁଇଁ ର କାହାଣୀ , ସଂଗୀତ ଦର୍ଶକ ପାସୋରି ନ ଥିବା ବେଳେ ଏବେ ଅଉଣୀ ହାଇଭୋଲଟେଜ ଡ୍ରାମା ‘ଯୋଗୀ’ ରିଲିଜ୍ ପାଇଁ ପ୍ରସ୍ତୁତ । ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରେକ୍ଷାଳୟକୁ ଆସିବା ନିମନ୍ତେ ସଜ ହେଉଥିବା ଏହି ଚଳଚିତ୍ରରେ ରହିଛି ୬ଟି ମନଛୁଆଁ ସଂଗୀତ ।

‘ଯୋଗୀ’ ର ଗୋଟାଗୁଡିକ ମଧ୍ୟରେ ରାଗିଛି ‘ ଧୂଆଁ ଧୂଆଁ ସଞ୍ଜ ବେଳେ ‘ , ‘ ପ୍ରେମ ଯଦି ପାପ ମୁ ପାପ କରିବି ‘ , ‘ ଯୋଗୀ ଯୋଗୀ ଯୋଗୀ ଯୋଗଜୀ , ତୁମ ଉପରେ ଆଜି ଲାଗିଛି ବାଜି ‘ , ‘ ରାଜନୀତିରେ ଥାଇ ଯିଏ ହିଟ କଲା ‘ , ‘ ଚାନ୍ଦିନୀ ମୁଁ ଚାନ୍ଦିନୀ …’ ଇତ୍ୟାଦି ଅନ୍ୟତମ ।

ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ କାନୁନଗୋ , ରଜନୀ ନାୟକ , ଶୁଭ ଦାସ , ସୁଜାତା ଜେନା ।  କଣ୍ଠଦାନ କରିଛନ୍ତି ସୌରିନ୍ ଭଟ୍ଟ , ହିଉମାନ ସାଗର , ଅସୀମା ପଣ୍ଡା , ପମି , ସତ୍ୟଜିତ , ମହମ୍ମଦ ତାରିକ , ସାଞ୍ଜୁ ପ୍ରମୁଖ ।

ୟୁ ଟୁବ , ସୋସିଆଲ ମିଡିଆରେ ‘ଯୋଗୀ’ ର ସମସ୍ତ ଗୀତ ଦର୍ଶକଙ୍କ ମନକୁ ଛୁଇଁ ସାରିଲାଣି । ଏହାର ବିଭିନ୍ନ ଭୂମିକରେ ବିଜୟ ମହାନ୍ତି , ହର ରଥ , ମନୋଜ ମିଶ୍ର , ସ୍ମିତା ମହାନ୍ତି , ଜାଗା ରାଉତ , ଆର୍ଯ୍ୟନ , ନିକିତା , ରୁମ୍ପା ପ୍ରମୁଖ ୭୦ରୁ ଅଧିକ କଳାକାର ଅଭିନୟ କରିଛନ୍ତି ।

ନିରଞ୍ଜନ ବେହେରା ଯୋଗୀର ଚିତ୍ରନାଟ୍ୟ ଓ ନିର୍ଦେଶନା ଥିବା ବେଳେ ସଂଳାପ ରଚନା କରିଛନ୍ତି ଡ. ରଜନୀରଞ୍ଜନ । ଭୁବନେଶ୍ଵର ସତ୍ୟନଗର ସ୍ଥିତ ଦ୍ରୁଷ୍ଟିହୀନ ବିଦ୍ୟାଳୟ  ପରିସରରେ ଶୁକ୍ରବାର ଅପରାହ୍ନା ରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗୀ ର ସଂଗୀତ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଗହଣରେ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ପ୍ରଯୋଜକ ଶ୍ରୀଧର ମାର୍ଥା , କାହାଣୀକାର ଛବିତା ମାର୍ଥା , ନିର୍ଦେଶକ ନିରଞ୍ଜନ ବେହେରା , ସଂଗୀତକାର ଦୀପକ କୁମାର , ସମସ୍ତ ଗୀତିକାର , କଣ୍ଠଶିଳ୍ପୀ , ସଂଳାପକାର ଡ. ରଜନୀରଞ୍ଜନ ,ପ୍ରଯୋଜକ ଲୁଟୁ ମହାନ୍ତି ପ୍ରମୁଖଙ୍କ ସମେତ ସମସ୍ତ କଳାକାର , ଟିମ ଏବଂ ସିନେକ୍ରୀଟିସ୍ ର ସଭାପତି ପ୍ରଦୋଷ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଏହି ଅବସରରେ ରେଞ୍ଜ ରୟାଲ୍ ସିନେ ଲାବର ତୃତୀୟ ଚିତ୍ର ହାଇ ଭୋଲଟେଜ ଡ୍ରାମା ‘ନାଥୁରାମ’ ର ଶୀର୍ଷକ ଘୋଷଣା ହୋଇଥିଲା ।

ପଢନ୍ତୁ ;

ଆଉ ବର୍ଷେ ବଢିଲା ରିଲାଏନ୍ସ ଜିଓର ପ୍ରାଇମ୍‌ ମେମ୍ବରସିପ୍‌ ଅବଧି

Related posts

Musical Show Sa Re Ga Ma Pa Li’l Champs 2017 Winners

ENO Beuro

୧୦୦ କୋଟିି କ୍ଳବରେ ସାମିଲ ହେଲା ‘ରେଡ୍‍’

ENO Beuro

Popular Dance Reality Show Dance India Dance (DID) Season 6 Audition Held In Odisha Capital

ENO Beuro

1 comment

Leave a Comment