• Home
  • Entertainment
  • ନୂଆ ଓଡିଆ ସିନେମା ପ୍ରେମ ପାଇଁ ମହାଭାରତ !
Entertainment

ନୂଆ ଓଡିଆ ସିନେମା ପ୍ରେମ ପାଇଁ ମହାଭାରତ !

‘ପ୍ରେମ ପାଇଁ ମହାଭାରତ’ ହେବ ସମ୍ବିତ୍‌-ରୀୟା ଯୋଡ଼ିଙ୍କର ଦ୍ୱିତୀୟ ସିନେମା

ନୂଆ ଓଡିଆ ସିନେମା ପ୍ରେମ ପାଇଁ ମହାଭାରତ । ସମସ୍ତେ ଜାଣିଥିବେ ଯେ ଏହି ପ୍ରେମକୁ ନେଇ ମହାଭାରତ ସୃଷ୍ଟି ହୋଇଥିଲା । ଏବେ ପୁଣି ଥରେ ଏଭଳି ଏକ ନିଆରା କାହାଣୀକୁ ନେଇ ଓଲିଉଡରେ ଏକ ଫିଲ୍ମ ଆସୁଛି ‘ପ୍ରେମ ପାଇଁ ମହାଭାରତ’ । ରୋମାଣ୍ଟିକ-କମେଡିକୁ ଆଧାର କରି ଛବିତା ମାର୍ଥାଙ୍କ ଦ୍ୱାରା ରଚିତ କାହାଣୀକୁ ଆଧାର କରି ଏହା ପ୍ରସ୍ତୁତ ହେବ ।

ପ୍ରଦୀପ କିଶୋର ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ସମ୍ବିତ୍ ଏବଂ ରୀୟା । ଏମାନଙ୍କ ବ୍ୟତୀତ ମିହିର ଦାସ, ବବି ମିଶ୍ର ଏବଂ ପିଂଟୁ ନନ୍ଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ବେହେରା । ଏବଂ ଏହାର ସଙ୍ଗରତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଏହାସହିତ କାହାଣୀ ଲେଖିଛନ୍ତି ଛବିତା ମାର୍ଥା ।

‘ପ୍ରେମ ପାଇଁ ମହାଭାରତ’ ଆଗରୁ ସମ୍ବିତ୍‌ -ରୀୟା ଯୋଡ଼ି ଅନ୍ୟ ଏକ ଓଡ଼ିଆ  ଚଳଚିତ୍ରରେ ନଜର ଆସିବେ । ଏହି ଓଡ଼ିଆ ଛବିର ଶୀର୍ଷକ ହେଲା ‘ଯୋଉଠି ଥିଲେ ବି ତୁ ମୋର’। ଶ୍ରୀକାନ୍ତ ଗୌତମ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ପ୍ରେମ ଓ ଭଲ ପାଇବା ମଧ୍ୟରେ ଯେଉଁ ବିବାଦ ଦେଖାଦିଏ,ତାକୁ କିଭଳି ଭାବେ ସମାଧାନ କରାଯାଇପାରିବ । ତାହାକୁ ନେଇ ପ୍ରସ୍ତୁତ ହୋଇଛି ଏକ ଫିଲ୍ମ ‘ପ୍ରେମ ପାଇଁ ମହାଭାରତ’ ।

ନୂଆ ଓଡିଆ ସିନେମା ପ୍ରେମ ପାଇଁ ମହାଭାରତ ! prema pain mohabharat

ପଢନ୍ତୁ ;

ସଲମାନଙ୍କ ସହିତ ଏହି ଫିଲ୍ମରେ ନଜର ଆସିବେ ଦିଶା ପଟାନୀ !

Related posts

ଧର୍ମଗୁରୁ ଓଶୋଙ୍କ ଭୂମିକାରେ ନଜର ଆସିବେ ରଣବୀର

Krishna Kumar Manoj

ରଣବୀର ସିଂଙ୍କ ଡ୍ରେସିଙ୍ଗ ସେନ୍ସକୁ ନେଇ ଚର୍ଚା

Krishna Kumar Manoj

ଫ୍ରାଇଡେରେ ପରଦାକୁ ଆସିଲା ‘ଶକ୍ତି- ଦ ଲାୟନ ହାର୍ଟ’

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More