• Home
  • Entertainment
  • ଜିନା ସାମଲଙ୍କ ସ୍ଵୟଂବରକୁ ନେଇ ତରଙ୍ଗ ଟିଭିରେ ନୂଆ ରିଆଲିଟି ସୋ “ଜିନାର ଜୀବନସାଥୀ”
Entertainment

ଜିନା ସାମଲଙ୍କ ସ୍ଵୟଂବରକୁ ନେଇ ତରଙ୍ଗ ଟିଭିରେ ନୂଆ ରିଆଲିଟି ସୋ “ଜିନାର ଜୀବନସାଥୀ”

ଜଣାଶୁଣା ଅଭିନେତ୍ରୀ ଜିନା ସାମଲଙ୍କ ସ୍ଵୟଂବରକୁ ନେଇ ତରଙ୍ଗ ଟିଭିରେ ଆରମ୍ଭ ହେବାକୁ ଯାଉଛି ନୂଆ ରିଆଲିଟି ସୋ “ଜିନାର ଜୀବନସାଥୀ”  । ଏହି ଶୋ’ରେ ଜିନା ଏକ ସ୍ଵୟଂବର ମାଧ୍ୟମରେ ତାଙ୍କ ଜୀବନ ସାଥୀ ଖୋଜିବେ ।

ପ୍ରଥମଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଜଗତରେ ଏପରି ସ୍ୱୟଂବରର ଆୟୋଜନ କରୁଛି ଲୋକପ୍ରିୟ ଟିଭି ଚ୍ୟାନେଲ ତରଙ୍ଗ । ଏହାକୁ ନେଇ ସବୁଠି ବଡ ଚର୍ଚା । କିଏ ହେବ ଜିନାଙ୍କ ଜୀବନସାଥୀ । କାହାକୁ ବାଛିବେ ଜିନା ।

ଜିନାର ଜୀବନସାଥୀ ସୋ ବିଷୟରେ:

“ଜିନାର ଜୀବନସାଥୀ” ସୋ ଆଜିଠୁ (ସେପ୍ଚେମ୍ବର ୧) ଆରମ୍ଭ ହେବ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ଜଣ ପ୍ରତିଯ଼ୋଗୀ ଭାଗ ନେଇଛନ୍ତି। ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାର ପ୍ରତି ସ୍ତରରେ ଜିନା କିଛି କିଛି ଚ୍ୟାଲେଞ୍ଜ ଦେବେ, ଯାହାକୁ ସେମାନେ ସଫଳତାର ସହ ପୂରଣ କରିପାରିଲେ ହିଁ ସେହି ଅନୁଯାୟୀ ସେମାନେ ନମ୍ବର ପାଇବେ ଓ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରିବେ ।

ପ୍ରତିଯୋଗିତାର ପ୍ରତି ପର୍ଯ୍ୟାୟରେ ଓଡ଼ିଶାର ଜଣେ ଜଣେ କଳାକାର ଆସି ପ୍ରତିଯୋଗୀଙ୍କ ସହ କଥା ହେବେ। ପ୍ରତି ଦୁଇଟି ଏପିସୋଡ ପରେ ଜଣେ ଲେଖାଏଁ ପ୍ରତିଯୋଗୀ ପ୍ରତିଯୋଗିତାରୁ ବିଦାୟ ନେବେ । ଶେଷରେ ଯାହାଙ୍କୁ ଜିନା ନିଜ ପାଇଁ ଫିଟ୍ ବୋଲି ଭାବିବେ, ତଙ୍କୁ ବିଜୟୀ ଘୋଷଣା କରିଯିବା ସହ ସେ ହିଁ ଜିନାଙ୍କୁ ପିନ୍ଧାଇବେ ବରଣ ମାଳା, ଏହି ଶୋ ତରଙ୍ଗ ଚ୍ୟାନେଲରେ ପ୍ରତ୍ୟେକ ଶୁକ୍ରବାର ଓ ଶନିବାର ରାତି ସାଢ଼େ ୯ଟାରେ ପ୍ରସାରଣ ହେବ।

ଜିନା ସାମଲଙ୍କ ସ୍ଵୟଂବରକୁ ନେଇ ତରଙ୍ଗ ଟିଭିରେ ନୂଆ ରିଆରିଟି ସୋ "ଜିନାର ଜୀବନସାଥୀ"  ଜିନା ସାମଲଙ୍କ ସ୍ଵୟଂବରକୁ ନେଇ ତରଙ୍ଗ ଟିଭିରେ ନୂଆ ରିଆଲିଟି ସୋ “ଜିନାର ଜୀବନସାଥୀ”

Related posts

ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡ୍‌ର ଆଉ ଏକ ବାପା-ଝିଅ ଯୋଡି

Krishna Kumar Manoj

ସଲମାନଙ୍କ ଗୋଟିଏ ଏପିସୋଡର ଦାମ ଜାଣିଛନ୍ତି କି ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

Krishna Kumar Manoj

ବରୁଣ,ଅନୁଷ୍କା ହେଲେ ସ୍କିଲ୍‌ ଇଣ୍ଡିଆ ବ୍ରାଣ୍ଡ ଆମ୍ବାସାଡର

Krishna Kumar Manoj

7 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More