News

ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର କାରଣ କହିଲେ ଓଡ଼ିଆ ବୈଜ୍ଞାନିକ

Untitled 1

 ଆଶା ହରାଇନାହିଁ ଇସ୍ରୋ ।ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ସନ୍ଧାନ ମିଳିଛି । ଆଉ ଏହା ସହିତ ଯୋଗାଯୋଗ ସ୍ଥାପନ ପାଇଁ ଚେଷ୍ଟା ଚଳାଇଛନ୍ତି ଇସ୍ରୋର ବୈଜ୍ଞାନିକ ।ଆଉ କେଉଁ କାରଣରୁ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଠିକ୍‌ ପୂର୍ବରୁ ଯୋଗଯୋଗ ବିଚ୍ଛିନ୍ନ ହେଲା ତାହାର କାରଣ ଖୋଜା ଚାଲିଛି। ତେବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର କାରଣ କହିଛନ୍ତି ଇସ୍ରୋରେ କାର୍ଯ୍ୟରତ  ଓଡ଼ିଆ ବୈଜ୍ଞାନିକ ଡକ୍ଟର ଶରତ ଦାସ।

ଡକ୍ଟର ଶରତ ଦାସ କହିଛନ୍ତିକି,  ବିକ୍ରମ ଲ୍ୟାଣ୍ଡର ଅବତରଣ ବେଳେ ସେଥିରେ ଥିବା ୪ଟି ଥ୍ରଷ୍ଟର ଅନ କରାଯାଇଥିଲା । କିନ୍ତୁ ଏହି ଚାରିଟି ଥ୍ରଷ୍ଟର ଠିକ ଭାବେ କାମ ନ କରିବାରୁ ଏଭଳି ସ୍ଥିତି ଉପୁଜିଛି । ୪ଟି ଯାକ ଥ୍ରଷ୍ଟର ମଧ୍ୟରେ ତାଳମେଳ ଅଭାବ ରହିବାରୁ ନିର୍ଦ୍ଧାରିତ କକ୍ଷରୁ ବିକ୍ରମ ଲ୍ୟାଣ୍ଡର ବିଚ୍ୟୁତ ହୋଇ ଯାଇଥିବା ଅନୁମାନ କରାଯାଉଛି।

 

ପଢନ୍ତୁ: ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ

Related posts

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ଔଷଧୀୟ ଚାରା ବୋର୍ଡର ସପ୍ତମ ବୈଠକ

ENO Beuro

ଅଭିନୟ ରୁ ରାଜନୀତି, କଟକ ରୁ ଭୁବନେଶ୍ଵର: ଅପରାଜିତାଙ୍କ ରାଜିନୀତିରେ ପ୍ରବେଶ

Ratnamani Moharana

ଗ୍ରେଟର ନୋଏଡ଼ାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା,୩ ମୃତ

ENO Beuro

1 comment

ପଞ୍ଚଭୂତରେ ଲୀନ ହେଲା ଜେଠମଲାନିଙ୍କ ପାର୍ଥିବ ଶରୀର September 9, 2019 at 11:35 am

[…] ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ… […]

Leave a Comment