• Home
  • Celebs News
  • ଓଡିଆ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ ଙ୍କ ପାଇଁ ବଡ ସୁଯୋଗ, ବଲିଉଡରେ ମିଳିଲା ବ୍ରେକ
Celebs News

ଓଡିଆ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ ଙ୍କ ପାଇଁ ବଡ ସୁଯୋଗ, ବଲିଉଡରେ ମିଳିଲା ବ୍ରେକ

କ୍ରିଷ୍ଣା ବେଉରା ,ସୋନା ମହାପାତ୍ର ,ଋତୁରାଜ ମହାନ୍ତି , ଅନନ୍ୟା ଶ୍ରୀତମ ନନ୍ଦଙ୍କ ପରେ ଏବେ ଆଉ ଜଣେ ଓଡିଆ କଣ୍ଠଶିଳ୍ପୀଙ୍କୁ ମିଳିଛି ବଲିଉଡରେ ବ୍ରେକ । ସେ ହେଲେ  ବ୍ରହ୍ମପୁରର ଅସିତ ତ୍ରିପାଠୀ । ନଭେମ୍ବର ୧୦ରେ ରିଲିଜ ହେବାକୁ ଥିବା ବଲିଉଡ ଚଳଚ୍ଚିତ୍ର “ସାଦି ମେ ଜରୁର ଆନା” ରେ କଣ୍ଠଦାନ କରିଛନ୍ତି ଅସିତ ।  ଆଉ ତାଙ୍କୁ ଏହି ବ୍ରେକ ଦେଇଛନ୍ତି ରାଜକୁମାର ରାଓ ।

ଏ ବାବଦରେ ନିଜର ପ୍ରତିକ୍ରିୟା ରଖି ଅସିତ କହିଛନ୍ତି , ମୁମ୍ବାଇ ମାୟାନଗରିରେ ୪ବର୍ଷ ଧରି କଠିନ ପରିଶ୍ରମ କରିବା ପରେ ମୋତେ ଏବେ ବଲିଉଡ ଇଣ୍ଡଷ୍ଟ୍ରି ଭିତରକୁ ପ୍ରବେଶ ମିଳିଛି । ବିଳମ୍ବରେ ହେଉ ପଛେ ପରିଶ୍ରମର ଫଳ ମିଳିଛି । ଆଶା କରୁଛି ଶ୍ରୋତା ମୋ କଣ୍ଠକୁ ପସନ୍ଦ କରିବେ । ମୋତେ ଆଗକୁ ବଢିବା ପାଇଁ ଆଶୀର୍ବାଦ କରିବେ । ଅସିତ “ସାଦି ମେ ଜରୁର ଆନା” ଚଳଚ୍ଚିତ୍ରର ‘ତୁ ବନ ଯା ଗଲି ବନାରସ କି ‘ ଗୀତ ଗାଇଥିବା ବେଳେ ଏହାକୁ ଶ୍ରୋତା ବେଶ ପସନ୍ଦ କରିଛନ୍ତି । ତେବେ ସବୁଠୁ ମଜାଦାର କଥା “ସାଦି ମେ ଜରୁର ଆନା” ବ୍ୟାନରରେ ଏକା ସାଙ୍ଗରେ ଦୁଇ ଜଣ କଣ୍ଠଶିଳ୍ପୀ ଗୀତ ଗାଇବାର ସୁଯୋଗ ପାଇଛନ୍ତି । ଚଳଚ୍ଚିତ୍ରରେ ସମୁଦାୟ ୧୧ଟି ଗୀତ ଥିବା ବେଳେ ଏଥିରେ ଅସିତଙ୍କ ବ୍ୟତୀତ କ୍ରିଷ୍ଣା ବେଉରା, ସାଫକତ ଅମାନତ ଅଲ୍ଲୀ ,ଅରିଜିତ ସିଂହ ,ଆନନ୍ଦ ରାଜ ଆନନ୍ଦ ,ଆସେସ କୌର ,ୟାସିର ଦେଶାଇ , ଆକାଂକ୍ଷା ଶର୍ମା ,ଶିଭାଙ୍ଗି ଭାୟନା ପ୍ରମୁଖ କଣ୍ଠଦାନ କରିଛନ୍ତି ।

ପିଲାବେଳୁ ଅସିତ ଥିଲେ ସଙ୍ଗୀତ ମନସ୍କ । ଦିଲ୍ଲୀରେ ସ୍କୁଲ ସମାପ୍ତ କଲା ପରେ ବେଙ୍ଗାଲୁରୁ ସ୍ଥିତ ରାମୟୀୟା ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିରୁ ମେକନିକାଲରେ ଇଞ୍ଜିନିୟରିଂ କରିଥିଲେ । ପରିବାର ଲୋକେ ଅସିତଙ୍କୁ ଇଞ୍ଜିନିୟର ହେବାକୁ ଚାହୁଁଥିବା ବେଳେ ଭାଗ୍ୟ କିନ୍ତୁ ତାଙ୍କୁ ଭିନ୍ନ ରାସ୍ତା ଦେଖାଇଥିଲା । ବେଙ୍ଗାଲୁରୁର ଅଭିଜାତ୍ୟ ପୂର୍ଣ କର୍ପୋରେଟ ଚାକିରି ତାଙ୍କୁ ବାନ୍ଧିରଖି ପାରିଲା ନାହିଁ । ଦୁଇବର୍ଷ କାମ କଲା ପରେ ସେ ନିଜର କର୍ପୋରେଟ ଚାକିରି ଛାଡି ସଙ୍ଗୀତ ଆଡକୁ ମୁହାଁଇଲେ । ମ୍ୟୁଜିକ ଋଏଲିଟି ସୋ  ମଧ୍ୟାମରେ ପ୍ରଥମେ ସେ ପାଦ ଦେଇଥିଲେ ସଙ୍ଗୀତ ଦୁନିଆରେ । ୨୦୧୦ ମସିହାରେ ଇଣ୍ଡିଆନ ଆଇଡଲ ସିଜିନ ୫ରେ ଟପ ୫ ଭିତରେ ରହି ସେ ଦର୍ଶକ ଓ ବିଚାରକଙ୍କ ମନ ଜିଣିଥିଲେ । ଇତିମଧ୍ୟରେ ଅସିତ କନ୍ନଡ ,ତେଲୁଗୁ , ବେଙ୍ଗଲୀ ,ଆସାମୀ ଏବଂ ଓଡିଆ ଇଣ୍ଡଷ୍ଟ୍ରିରେ ନିଜର ସଙ୍ଗୀତର ଯାଦୁ ଦେଖେଇ ସାରିଛନ୍ତି ।

ଓଡିଆ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ ଙ୍କ ପାଇଁ ବଡ ସୁଯୋଗ, ବଲିଉଡରେ ମିଳିଲା ବ୍ରେକ  ଓଡିଆ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ ଙ୍କ ପାଇଁ ବଡ ସୁଯୋଗ, ବଲିଉଡରେ ମିଳିଲା ବ୍ରେକ

ପଢନ୍ତୁ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ପୂର୍ବରୁ ହିଁ ଜସପ୍ରିତ ବୁମରାହଙ୍କୁ ମିଳିଲା ଫାଇଦା

Related posts

Pammy Mishra Is A Leading Ollywood Singer

Jitendra

Jina Samal Ollywood Actress

Jitendra

Akash Das Nayak Celebrated His Birthday At The Jeevan Jyoti Ashram

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More