Entertainment

ଓଡିଆ ପୁଅର କମାଲ : ‘ରାଇଜିଂ ଷ୍ଟାର୍‌’ ଶ୍ରେଷ୍ଠ ୧୦ରେ ଶଶାଙ୍କ ଶେଖର 

ଓଡ଼ିଶାର ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର ଶଶାଙ୍କ

ପୁଣିଥରେ ଓଡିଆ ପୁଅର କମାଲ । ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ରାଜ୍‌ କରିଛନ୍ତି ଆଉ ଜଣେ ଓଡ଼ିଆ ପ୍ରତିଭା । ଜାତୀୟ ଟେଲିଭିଜନ ମଞ୍ଚରେ ନିଜ କରିସ୍ମା ଦେଖାଇଛନ୍ତି ।  କେବଳ ବିଚାରକଙ୍କର ନୁହେଁ, ପୂରା ଦେଶବାସୀଙ୍କ ମନ ଜିଣିଛନ୍ତି । ସେ ହେଉଛନ୍ତି  ଶଶାଙ୍କ ଶେଖର ।

ଜାତୀୟ ଟେଲିଭିଜନରେ ପ୍ରସାରିତ ‘ଇଣ୍ଡିଆନ୍‌ ଆଇଡଲ୍‌’, ‘ରାଇଜିଂ ଷ୍ଟାର୍‌’ ଏବଂ ‘ସାରେଗାମାପା’ ଭଳି ଏକାଧିକ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ରେ ପ୍ରତିବର୍ଷ ଦବ୍‌ଦବା ବଜାୟ ରଖୁଥିବା ଓଡ଼ିଶା ଏଥର ମଧ୍ୟ ଚମକ ଦେଖାଇଛି ।

ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ତଥା ଓଡ଼ିଶାର ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର ଶଶାଙ୍କ ଶେଖର । କଲର୍ସର ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ରାଇଜିଂ ଷ୍ଟାର୍‌’ର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଶଶାଙ୍କ ଶେଖର ।

ଗତବର୍ଷ କଟକର ଚେଲ୍‌ସୀ ବେହୁରା ଜଣେ ଓଡ଼ିଆ ଭାବେ ଏହି ଶୋ’ରେ ନିଜର ଯାଦୁକରି କଣ୍ଠରେ ସମସ୍ତଙ୍କୁ ଚକିତ କରିଥିବା ବେଳେ ଚଳିତବର୍ଷ ଶଶାଙ୍କ ଶୋ’ ବିଜେତା ହେବେ ବୋଲି ଆଶା କରାଯାଉଛି ।

ପଢନ୍ତୁ ;

ନିଦହାସ ଟ୍ରଫି : ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇଲା ଭାରତ

Related posts

ଉର୍ବଶୀ ରୌତେଲାଙ୍କ ଜାଲ୍ ଆଧାର କାର୍ଡ

ENO Beuro

‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ରେ ନଜର ଆସିବେ ଏହି ସୁପରହିଟ ଯୋଡି

ENO Beuro

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’

ENO Beuro

Leave a Comment