Entertainment

ଓଲିଉଡ ପରେ ବଲିଉଡ :‘ରାଇଜିଙ୍ଗ୍ ଷ୍ଟାର-୨’ରେ ଭାଗ ନେଇ ଟପ୍-୧୬ରେ ଓଡିଆ ପୁଅ ଶଶାଙ୍କ

ଓଲିଉଡ ପରେ ବଲିଉଡରେ ଟିକଟ ପାଇଁ କରିବେ ଭାଗ୍ୟ ପରୀକ୍ଷା

ଓଲିଉଡ଼ରେ ଗୀତ ଗାଇ ଓଡ଼ିଆ ଦର୍ଶକଙ୍କ ମନ ଜିଣିବା ପରେ ଏବେ ସାରା ଦେଶର ମନକୁ କିଣିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ଶଶାଙ୍କ ଶେଖର । ‘ତୁ କହିବୁ ନା ମୁଁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ସେ ନିଜ ଭାଗ୍ୟ ପରୀକ୍ଷା ପାଇଁ ସ୍ୱପ୍ନର ସହର ମୁମ୍ବାଇରେ ଯାଇ ପହଞ୍ଚିଛନ୍ତି । ଏହା ସହ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ରାଇଜିଙ୍ଗ୍ ଷ୍ଟାର-୨’ରେ ଭାଗ ନେଇ ଟପ୍-୧୬ରେ ସାମିଲ ହୋଇ ସାରିଛନ୍ତି ।

ସବୁ ରିୟାଲିଟି ସୋ ରେ ଏକ ବୟସ ସୀମା ରହିଥାଏ । ନିଜ ଶେଷ ବୟସ ସୀମାକୁ ଆଖିରେ ରଖି ସେ ରାଇଜିଙ୍ଗ୍ ଷ୍ଟାର୍ ସୋ ରେ ନିଜକୁ ସାମିଲ କରିଛନ୍ତି । ଅନେକ ସଂଘର୍ଷ ପରେ କଲର୍ସ ଚାନେଲର ମ୍ୟୁଜିକାଲ୍ ଟାଲେଣ୍ଟ ସୋ’ ରାଇଜିଙ୍ଗ୍ ଷ୍ଟାର୍ ଭଳି ଜାତୀୟ ପ୍ଲାଟଫର୍ମରେ ଟପ୍-୧୬ରେ ସ୍ଥାନ ପାଇଛନ୍ତି ଶଶାଙ୍କ ।

ତାଙ୍କ ସୁମଧୁର କଣ୍ଠରେ ଓଡିଶାକୁ ସେଠାରେ ପରିବେଷଣ କରିବାରେ ସକ୍ଷମ ହୋଇପାରିଛନ୍ତି ଶଶାଙ୍କ । ଏତେ ବଡ ବଡ ନାମୀଦାମୀ ବ୍ୟକ୍ତିତ୍ୱଙ୍କ ଆଗରେ ଗୀତ ଗାଇବା ସହ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ଶଶାଙ୍କ । ତେବେ ଏହା ଆଗକୁ ଯିବା ପାଇଁ ଓଡ଼ିଶାବାସୀଙ୍କ ଆର୍ଶୀବାଦ ଓ ଭଲପାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

ପଢନ୍ତୁ ;

ବିୟର ଆପଣଙ୍କ କେଶ ପାଇଁ କେତେ ଲାଭ ଦାୟକ ଏବଂ ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତୁ

Related posts

ଏକ ଭିଲେନ ସିକ୍ଵେଲରେ ସିଦ୍ଧାର୍ଥ ଓ କୀର୍ତି

ENO Beuro

ବଲିଉଡରେ ପାଦ ଦେଇଛନ୍ତି ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର

ENO Beuro

“Mun Jitu” New Odia Album Song Audio Of Jitu Rout

Jitendra

Leave a Comment