ସୁରକ୍ଷା ପାଇଁ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ
ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଅଗରତାଲା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ୯୦ ଜଣ ଓଡ଼ିଆ ଓ ୧୦ଜଣ ଶିକ୍ଷକ ଏଭଳି ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଲୋକ ନିର୍ଯାତନା ଦେଉଥିବା ନେଇ ଛାତ୍ରମାନେ ଗତ ୨୦ ତାରିଖରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର କୁଳପତିଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏମିତିକି ସ୍ଥାନୀୟ ଲୋକ ଓ ତ୍ରିପୁରା ଛାତ୍ର ଓଡ଼ିଆ ପିଲାଙ୍କୁ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିବା ସହ ସୁରକ୍ଷା ଦାବି କରିଛନ୍ତି। ଏକ ଭିଡିଓ ଯୋଗେ ସେଠାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ ମାନେ ସୁରକ୍ଷା ମାଗିଛନ୍ତି। ଏପରିକି କିଛି ହେଲେ ସର ଭାରତ ବର୍ଷ ଦାୟୀ ରହିବା ବୋଲି ସେମାନେ କହିଛନ୍ତି। ତେବେ ଏ ନେଇ ଅଗରତାଲା ସଂସ୍କୃତ ସଂସ୍ଥାନର ପ୍ରତିକ୍ରିୟା ମିଳିନାହିଁ ।
ଓଡିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର-
ପିଲାମାନଙ୍କୁ ସୁରକ୍ଷା ଯୋଗଇ ଦେବାକୁ ଶ୍ରୀଯୁକ୍ତ ପ୍ରଧାନ ଅନୁରୋଧ କରିଥିବା ବେଳେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ମଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ କଥା ହେବା ପରେ ସେ ମଧ୍ୟ ଓଡିଶା ଛାତ୍ରଙ୍କ ସୁରକ୍ଷା ନେଇ ତତ୍ପରତା ଦେଖାଇଛନ୍ତି । ଓଡିଶାର ଛାତ୍ର ତ୍ରିପୁରାର ସନ୍ତାନ । ମାଆ ତ୍ରିରୂପାସୁନ୍ଦରୀଙ୍କ ମାଟିରେ କୌଣସି ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି । କେବଳ ଓଡିଶା ନୁହେଁ, ସାରା ଭାରତର ଛାତ୍ରଙ୍କୁ ଏଠାରେ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହ କଥା ହୋଇଛନ୍ତି, ଏବଂ ସେ ଓଡିଶାର ଛାତ୍ରମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି।