25 C
Bhubaneswar
October 25, 2020
EnewsOdia.Com
ନ୍ୟୁଜ୍

ଓଡିଆଙ୍କ ପାଇଁ ଖୁସି ଖବର, ଗୁଗୁଲରେ ସ୍ଥାନ ପାଇଲା ଓଡିଆ ଅନୁବାଦ

ଗୁଗୁଲ ଆଣିଦେଇଛି ଓଡିଆ ୟୂଜର୍ସଙ୍କ ପାଇଁ ଖୁସିଖବର। ଏଣିକି ଗୁଗୁଲ ଟ୍ରାନ୍ସଲେଟରରେ ଏବେ ଯୂଜର୍ସମାନେ ଇଂରାଜୀ ଓ ହିନ୍ଦୀ ଭାଷାର ଯେକୌଣସି ଶଦ୍ଧକୁ ଓଡିଆରେ ଅନୁବାଦ କରିପରିବେ।  କେବଳ ହିନ୍ଦୀ ଓ ଇଂରାଜୀ ନୁହେଁ ଅନ୍ୟ ଭାଷାକୁ ମଧ୍ୟ  ଓଡିଆରେ ଅନୁବାଦ କରିହେବ ବୋଲି ଜଣା ପଡିଛି।ବିଶ୍ବର ଲୋକପ୍ରୀୟ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଟ୍ରାନ୍ସଲେସନ୍ ବା ଅନୁବାଦରେ ଏବେ ଓଡିଆ ଭାଷା ଯୋଡି ହୋଇଛି।

ଗୁଗୁଲ ତରଫର ଜାରି କରାଯାଇଥିବା  ଘୋଷଣାରେ  କୁହାଯାଇଛି ଯେ ଓଡିଆ ସମେତ ମୋଟ ୫ଟି ନୂଆ ଭାଷା ମଧ୍ୟ ଏହି ଅନୁବାଦରେ ସ୍ଥାନ  ପାଇଛି।  ଏବେ ହିନ୍ଦୀ  ବଙ୍ଗାଳୀ ଓ ଅନ୍ୟ ଭାରତୀୟ  ଭାଷା ପରି  ଓଡିଆ ଭାଷାକୁ ମଧ୍ୟ ବିଭିନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇପାରିବ। ଏବେ ଏହି ଅନୁବାଦ ପରୀକ୍ଷାମୂଳକ ଭାବେ ରଖାଯାଇଛି ଓ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣଭାବେ ଉପଲବ୍ଧ ହେବ ବୋଲି ଗୁଗୁଲ ତରଫରୁ କୁହାଯାଇଛି।

ଅନୁବାଦ ସେବାରେ ଆଉ ପାଞ୍ଚଟି ଭାଷା ଅନ୍ତର୍ଭୁକ୍ତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସର୍ଚ ଇଞ୍ଜିନ୍‌ ଜାଏଣ୍ଟ୍‌ ‘ଗୁଗଲ୍‌’ ଘୋଷଣା କରିଛି। ଏହି ଭାଷାଗୁଡ଼ିକ ହେଉଛି କିନିୟାର୍‌ଓ୍ଵାଣ୍ଡା, ଓଡ଼ିଆ, ତାତାର୍‌, ତୁର୍କମେନ୍‌ ଏବଂ ଉୟିଘର୍‌। ବୁଧବାର ଦିନ ଏ ବିଷୟରେ ଘୋଷଣା କରିଛନ୍ତି ‘ଗୁଗଲ୍‌ ଟ୍ରାନ୍‌ସଲେଟ୍‌’ର ସଫ୍‌ଟ୍‌ୱର୍ ଇଞ୍ଜିନିୟର୍‌ ଆଇଜାକ୍‌ କ୍ୟାସ୍‌ୱେଲ୍। କ୍ୟାସ୍‌ୱେଲ୍ ଆହୁରି କହିଛନ୍ତି ଯେ ବିଶ୍ୱରେ ୭୫ ନିୟୁତରୁ ଅଧିକ ବ୍ୟକ୍ତି ବ୍ୟବହାର କରୁଥିବା ଏହି ଭାଷାଗୁଡ଼ିକୁ ଆମେ ‘ଗୁଗଲ୍‌ ଟ୍ରାନ୍‌ସ୍‌ଲେଟ୍‌’ରେ ୪ ବର୍ଷ ମଧ୍ୟରେ ଅନ୍ତର୍ଭୁକ୍ତ କରିଛୁ। ଫଳରେ ‘ଗୁଗଲ୍‌ ଟ୍ରାନ୍‌ସ୍‌ଲେଟ୍‌’ର ଅନୁବାଦ ଭାଷାସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।

ପଢନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ଅମିତ ଶାହ

 

Related posts

ଆମକୁ ଆଉ ୧୫୫ ଦିନ ଯୁଦ୍ଧ କରିବାକୁ ପଡିବ: ସୁବ୍ରତ ବାଗଚୀ

Ratnamani Maharana

କମିଲା ବର୍ଷା, ଆସୁଛି ଶୀତ

Ratnamani Maharana

ଭୁଲ୍ ବିଦ୍ୟୁତ୍ ବିଲ୍‌ ଦେଇ ଠକୁଛି ସେସୁ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More