• Home
  • News
  • ଭୁବନେଶ୍ୱର ବିମାନବନ୍ଦରରେ ମିଳିବ ଖାଣ୍ଟି ଓଡ଼ିଆ ଖାଦ୍ୟ !
News

ଭୁବନେଶ୍ୱର ବିମାନବନ୍ଦରରେ ମିଳିବ ଖାଣ୍ଟି ଓଡ଼ିଆ ଖାଦ୍ୟ !

ଯାତ୍ରୀ ପରିବହନ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିରେ ସମଗ୍ର ଦେଶର ଅନ୍ୟ ବିମାନବନ୍ଦରରୁ ବେଶ୍ ଆଗରେ ରହିଛି ଭୁବନେଶ୍ୱର

ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମିଳିବ ପାରମ୍ପରିକ ଓଡ଼ିଆ ଖାଦ୍ୟ । ରଜ ପୂର୍ବରୁ ଏହି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ । ଲଇଟ୍ ବାଇଟ୍ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ ଟର୍ମିନାଲ୍ କାର୍ଯ୍ୟ ଜାରି ରହିଛି। ଆସନ୍ତା ରଜ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ହେବ।  କାମ ଶେଷ ହେବ ପରେ ଫୁଡ୍ ଓ ବେଭେରେଜ୍ ବିକ୍ରୟ ଆରମ୍ଭ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

କେବଳ ଶସ୍ତାରେ ନୁହେଁ, ଓଡ଼ିଶାର ବିଭିନ୍ନ ପାରମ୍ପରିକ ଖାଦ୍ୟ ମଣ୍ଡା ଓ କାକରା ପ୍ରଭୃତି ମଧ୍ୟ ଏଠାରେ ଉପଲବ୍ଧ କରିବାକୁ ଯୋଜନା ରହିଛି। ଯେଉଁ ସମୟରେ ଓଡ଼ିଶାର ଯେଉଁ ପର୍ବ ପାଳିତ ହେଉଥିବ, ସେହି ସମୟରେ ସେ ସଂକ୍ରାନ୍ତୀୟ ଖାଦ୍ୟ ଦ୍ରବ୍ୟ ଏଠାରେ ଯୋଗାଇବା ଦେବା ପାଇଁ ଯୋଜନା କରାଯାଉଛି। ଭେଜ୍ ଥାଳି ବା ମିଲ୍ ୮୦ ଟଙ୍କା ରହିଥିବା  ଚା’ କପ୍ ୫ ଟଙ୍କାରୁ ଆରମ୍ଭ।

ନୂଆ ଟର୍ମିନାଲ, ଅନ୍ତର୍ଜାତୀୟ ବିମାନ ଉଡ଼ାଣ, ଅନ୍ତଃରାଷ୍ଟ୍ରୀୟ କାର୍ଗୋ ଟର୍ମିନାଲ୍ ପରେ ଏହି ନୂଆ ସୁଲଭ ମୂଲ୍ୟର ରେଷ୍ଟୁରାଣ୍ଟ ଭୁବନେଶ୍ୱର ବିମାନବନ୍ଦରକୁ ଏକ ନୂତନ ପରିଚୟ ଦେବ, ଏଥିରେ ସନ୍ଦେହ ନାହିଁ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ।

ଭୁବନେଶ୍ୱର ବିମାନବନ୍ଦରରେ ମିଳିବ ଖାଣ୍ଟି ଓଡ଼ିଆ ଖାଦ୍ୟ ! ଭୁବନେଶ୍ୱର ବିମାନବନ୍ଦରରେ ମିଳିବ ଖାଣ୍ଟି ଓଡ଼ିଆ ଖାଦ୍ୟ ! airport

ପଢନ୍ତୁ ;

ମାଟ୍ରିକ, ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି !

Related posts

ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍ ଗେମ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କଲା ପୁଲିସ୍

Krishna Kumar Manoj

ପ୍ଲାଷ୍ଟିକ ଆଧାର କାର୍ଡ ଗ୍ରହଣୀୟ ନୁହେଁ : ୟୁଆଇଡିଏଆଇ

Krishna Kumar Manoj

ଭୁବନେଶ୍ୱର ବଜାରରେ ନକଲି ଘିଅ, କାରଖାନା ଠାବ ସହ ୬ ଜଣ ଗିରଫ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More