Loading...

ଆସନ୍ତା ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, କିଏ ହେବ ନୂଆ ବାଚସ୍ପତି ଚାଲିଛି ଅଙ୍କକଷା

ଆସନ୍ତା ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, କିଏ ହେବ ନୂଆ ବାଚସ୍ପତି ଚାଲିଛି ଅଙ୍କକଷା

ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।ଏହି ଅଧିବେଶନ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏହି ଅଧିବେଶନ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ଏହାପରେ ସେପ୍ଟେମ୍ବର ୩ରେ ଆସିବ ଅତିରିକ୍ତ ବଜେଟ । ତେବେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଖାଲି ପଡିଥିବା ବାଚସ୍ପତି ପଦ ନିର୍ବାଚନ ପାଇଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଖାଲିପଡ଼ିଛି ବାଚସ୍ପତି ପଦ । ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହେବ। ତେବେ ପରବର୍ତ୍ତୀ ବାଚସ୍ପତି କିଏ ହେବ ସେନେଇ ଚର୍ଚ୍ଚା ଜାରି ରହିଛି । ଏହି ଚର୍ଚ୍ଚା ମଧ୍ୟରେ ନୃସିଂହ ସାହୁ, ପ୍ରଫୁଲ୍ଲ ସାମଲ, ଦେବୀ ମିଶ୍ର ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଆଗରେ ରହିଛି ।  

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.