POLITICALS

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଶେଷ ଦିନ

ଦ୍ୱିତୀୟ ପର୍ଯ୍ୟାୟ  ନିର୍ବାଚନୀ ପ୍ରଚାର ସରିବାକୁ ୧୨ ଘଣ୍ଟାରୁ  କମ୍‌ ସମୟ । ସାଧାରଣ ତଥା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ  ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି। ୧୮ ତାରିଖରେ ୫ଟି ଲୋକସଭା ଆସନ ପାଇଁ ହେବ ମତଦାନ। ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ପାଇଁ ହେବ ଭୋଟ। ୫ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୫ ବିଧାନସଭା ଆସନ ପାଇଁ ମତଦାନ ହେବ । ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ  ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ  ରହିଛି ।

ଖରା ତାତିକୁ ଖାତିର ନକରି ଷ୍ଟାର କ୍ୟାମ୍ପେନର, ସମର୍ଥକଙ୍କ ଗହଣରେ କ୍ୟାମ୍ପେନକୁ ଜୋରଦାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ହାତରେ ମାତ୍ର କିଛି ଘଣ୍ଟା ଥିବାରୁ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ  ଚଳାଇଛନ୍ତି ପ୍ରାର୍ଥୀ । ସଭା, ଶୋଭାଯାତ୍ରା, ରୋଡ୍‌ ସୋ’ ଓ କର୍ମୀ ସମ୍ମିଳନୀରେ କମ୍ପୁଛି ଗାଁ ଗଣ୍ଡା, ସହର ବଜାର ଗଳିକନ୍ଦି ଓ ରାସ୍ତାଘାଟ । ଘର ଘର ବୁଲି ପ୍ରାର୍ଥୀ ଦେଉଛନ୍ତି ପ୍ରତିଶୃତି
ପଢନ୍ତୁ: ନିର୍ବାଚନୀ ପ୍ରଚାରରେ ସାମିଲ ହେଲେ ଓଲିଉଡର ଖଳନାୟକ ରାଇମୋହନ ପରିଡା

Related posts

ଜମ୍ମୁ କଶ୍ମୀରରେ ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

ENO Beuro

ସୋନିଆଙ୍କ ରାତ୍ର ଭୋଜନରେ ରାଜନୀତି : ସାମିଲ ହେଲେ ୧୯ ବିରୋଧୀ ଦଳ ନେତା

ENO Beuro

Odisha Cabinet Passed A Proposal Of 66% Pay Hike For MLAs, Ministers

ENO Beuro

Leave a Comment