ବିଜୟ ହଜାରେ ଟ୍ରଫି: ପ୍ରତିଯୋଗିତାରେ ଓଡିଶା ହାସଲ କରିଛି ଦ୍ୱିତୀୟ ବିଜୟ

-ବିଜୟ ହଜାରେ ଟ୍ରଫି-

ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶା ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ଗ୍ରୁପ୍‌-ଏ’ର ଏକ ମ୍ୟାଚ୍‌ରେ ଓଡ଼ିଶା ୯ ଉଇକେଟ୍‌ର ବୃହତ ବ୍ୟବଧାନରେ ଆସାମକୁ ପରାସ୍ତ କରିଛି।

ପ୍ରଥମେ ଓଡ଼ିଶା ଟସ୍‌ ଜିତି ବୋଲିଂ କରିଥିଲାବେଳେ ବୋଲରମାନେ ପ୍ରଥମରୁ ଆସାମ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ସପ୍ତମ ଓଭରରେ ଦଳୀୟ ରନ୍‌ ୫ ହୋଇଥିଲାବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମ ଓ୍ଵିକେଟ ଅକ୍ତିଆର କରିଥିଲେ। ଏହାପରଠୁ ନିୟମିତ ଭାବେ ଓ୍ଵିକେଟ ଖସିବା ଆରମ୍ଭ ହୋଇଥିଲା। ମଧ୍ୟକ୍ରମରେ ଅଧିନାୟକ ଗୋକୁଳ ଶର୍ମା ୨୨, ଅମିତ ଶାହା ୨୮, ରୋମାରିଓ ଶର୍ମା ୪୯ ରନ୍‌ର ପାଳି ଖେଳିଥିଲେ ମଧ୍ୟ ତାହାକୁ ବଡ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ। ଫଳରେ ୪୬.୧ ଓଭରରେ ଆସାମ ୧୩୬ ରନ୍‌ କରି ସମସ୍ତ ଓ୍ଵିକେଟ ହରାଇଥିଲା। ଓଡ଼ିଶା ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅଭିଷେକ ରାଉତ ପ୍ରତ୍ୟେକ ୨ ଲେଖାଏଁ ଓ୍ଵିକେଟ୍‌, ଦୀପକ ବେହେରା, ପ୍ରୟାସ ସିଂହ, ଜୟନ୍ତ ବେହେରା, ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ପୂର୍ବରୁ ଓଡ଼ିଶା ତା’ର ପ୍ରଥମ ମୁକାବିଲାରେ ରେଲଓ୍ବେକୁ ୨ ଉଇକେଟ୍‌ରେ ପରାସ୍ତ କରିଥିବାବେଳେ ୨ୟ ମ୍ୟାଚ୍‌ରେ ପଞ୍ଜାବଠାରୁ ୮୬ ରନରେ ପରାସ୍ତ ହୋଇଥିଲା। ପରବର୍ତ୍ତୀ ମ୍ୟାଚରେ ଓଡ଼ିଶାର ମୁକାବିଲା ମଙ୍ଗଳବାର କର୍ଣ୍ଣାଟକ ସହିତ ହେବ।

ପଢନ୍ତୁ;

ପୂର୍ବତନ ପାକିସ୍ତାନୀ ବୋଲର ଓ୍ଵାସିମ୍‌ ଆକ୍ରମ : କୋହଲିଙ୍କ ସାମ୍ନାରେ ମତେ ବୋଲିଂ କରିବାରେ ଅସୁବିଧା ହେବ

ପ୍ରଥମେ ଓଡ଼ିଶା ଟସ୍‌ ଜିତି ବୋଲିଂ କରିଥିଲାବେଳେ ବୋଲରମାନେ ପ୍ରଥମରୁ ଆସାମ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ - 4.5

90%

ପରବର୍ତ୍ତୀ ମ୍ୟାଚରେ ଓଡ଼ିଶାର ମୁକାବିଲା ମଙ୍ଗଳବାର କର୍ଣ୍ଣାଟକ ସହିତ ହେବ। - 4.3

85%
4.4/5

Very Good!

ବିଜୟ ହଜାରେ ଟ୍ରଫି: ପ୍ରତିଯୋଗିତାରେ ଓଡିଶା ହାସଲ କରିଛି ଦ୍ୱିତୀୟ ବିଜୟ

ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶା ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ଗ୍ରୁପ୍‌-ଏ’ର ଏକ ମ୍ୟାଚ୍‌ରେ ଓଡ଼ିଶା ୯ ଉଇକେଟ୍‌ର ବୃହତ ବ୍ୟବଧାନରେ ଆସାମକୁ ପରାସ୍ତ କରିଛି

No Votes Yet

You're not rated yet