POLITICALS

ଜୁନ ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ

Untitled 1

ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ଯାଏ ଚାଲିବ

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ  ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ୩୦ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ  କରାଯିବ। ୨୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଦେବେ । ୨୭ରେ ଉପ-ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।

ଜୁନ୍ ୨୮ରେ ଆସିବ ରାଜ୍ୟ ବଜେଟ୍ । ଦୁଇଟି ପର୍ଯ୍ୟାୟରେ ଅଧିବେସନ ବସିବ। ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାମଧ୍ୟରେ ଜୁନ୍ ୨୮ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଜୁଲାଇ ୧୨ ତାରିଖରୁ ଆରମ୍ଭ ହେବ। ଅଗଷ୍ଟ ୮ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ  ଚାଲିବ । ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି ।

ପଢନ୍ତୁ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଯୁବରାଜ ସିଂ

Related posts

ଓଡିଶାର ବିକାଶରେ ବାଧା ଆଣୁଛି ବିଜେଡ଼ି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲା ବିଜେପି

Ratnamani Moharana

ଷ୍ଟାଲିନ୍‌ଙ୍କ ନେତୃତ୍ଵକୁ ମାନିବେ ଆଲାଗିରି

ENO Beuro

1 comment

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ June 11, 2019 at 11:12 am

[…] ଜୁନ ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ […]

Leave a Comment