News

ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟିତ,ମଜବୁତ ହେବ ଓଡିଶା-ତାମିଲନାଡୁ ସମ୍ପର୍କ

ଚେନ୍ନାଇଠାରେ ଓଡ଼ିଶା ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦ୍‍ଘାଟନ କରିଛନ୍ତି। ତାମିଲନାଡ଼ୁ ଏବଂ ଓଡ଼ିଶା ମଧ୍ୟରେ ଉତ୍ତମ ସମ୍ପର୍କ ରହି ଆସିଥିବା ବେଳେ ନବ ନିର୍ମିତ ଓଡ଼ିଶା ଭବନ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ସେଠାରେ ଅନୁଷ୍ଠିତ ‘ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ଶୋ’ରେ ଯୋଗ ଦେବେ। ସେଠାରେ ସେ ପୁଞ୍ଜିନିବେଶକାରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସହ ରୋଡ୍‌ ଶୋ’ରେ ଅଭିଭାଷଣ ରଖିବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମୁମ୍ବାଇ ଓ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରୋଡ୍‌ ଶୋ’ରେ ଯୋଗଦେଇ ପୁଞିନିବେଶକାରୀଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି।

odisha ଓଡ଼ିଶା ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟିତ,ମଜବୁତ ହେବ ଓଡିଶା-ତାମିଲନାଡୁ ସମ୍ପର୍କ odisha

ଓଡିଶା ଭବନ ୨୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ୬ ମହଲା ବିଶିଷ୍ଟ କୋଠାରେ ୧୬ଟି ଡବଲ୍‍ ବେଡ୍‍ ରୁମ୍‍ ସହ ୫ଟି ସିଙ୍ଗଲ ବେଡ୍‍ ରୁମ୍‍ ଏବଂ ୩୦୦ ଲୋକ ବସିପାରିବା ଭଳି ପ୍ରେକ୍ଷାଳୟ ରହିଛି। ୨୦୧୨, ମେ ୧୧ରେ ଏହାର ଶିଳାନ୍ୟାସ କରାଯାଇଥିଲା। ଭବନର ନିର୍ମାଣ କାର୍ଯ୍ୟ ଯଥା ସମୟରେ ଶେଷ ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀ ଏବଂ ତାମିଲନାଡ଼ୁ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀଠାରେ ତିନିଟି ଓଡ଼ିଶା ଭବନ ଥିବା ବେଳେ ମୁମ୍ବଇ ଏବଂ କଲକାତାରେ ଗୋଟିଏ ଲେଖାଏଁ ଓଡ଼ିଶା ଭବନ ରହିଛି। ଏହା ହେଉଛି ୬ଷ୍ଠ ଓଡ଼ିଶା ଭବନ।

ପଢନ୍ତୁ;ଚତୁର୍ଥ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳାକୁ ଉଦଘାଟନ କରିବେ ରାଷ୍ଟ୍ରପତି

Related posts

ଅଭିନେତ୍ରୀ ପ୍ରକୃତିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

କଠୁଆ ଗଣବଳାତ୍କାର : ୮ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା

Krishna Kumar Manoj

୧୩ ହଜାରରୁ ଅଧିକ ରେଲଓ୍ବେ କର୍ମଚାରୀ ହେବେ ବହିଷ୍କୃତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More