POLITICALS

ବିଜେପୁର ଉପନିର୍ବାଚନ : ଜୋର ଧରୁଛି ପ୍ରଚାର ଅଭିଯାନ

ବିଜେପୁର ଉପନିର୍ବାଚନ

ପାଖେଇ ଆସୁଛି ବିଜେପୁର ଉପନିର୍ବାଚନ । ଜୋର ଧରୁଛି ପ୍ରଚାର ଅଭିଯାନ । ଦିନ ରାତି ଏକ କରି ଦେଇଛନ୍ତି ରାଜନୈତିକ ଦଳ । ବିଜେଡି ଜନକଲ୍ୟାଣ ସମ୍ପର୍କକୁ ପାଥେୟ କରି ନିର୍ବାଚନ ଜିତିବା ଲକ୍ଷ୍ୟରେ ଥିବାବେଳେ ବିଜେପି ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଛି । ପ୍ରଚାର ପାଇଁ ବିଜେଡି ୪୦ ଜଣିଆ ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି ।

ନବୀନଙ୍କ ନେତୃତ୍ୱରେ ୨୧ ଜଣ ବିଧାୟକ, ୫ ମନ୍ତ୍ରୀ, ୬ ସାଂସଦ ବିଜେପୁରରେ ନିର୍ବାଚନୀ ପ୍ରଚାର କରିବେ । ସେମାନଙ୍କ ସହ ଓଲିଉଡର ନାମୀଦାମୀ କଳାକାରଙ୍କ ନାଁ ବି ପ୍ରକାଶ ପାଇଛି । ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ ଓ କୁନା ତ୍ରିପାଠୀ ବିଜେପୁରରେ ପ୍ରଚାର କରିବେ ।

ସେପଟେ ବିଜେପିର ପ୍ରଚାର ପାଇଁ ଦିଲ୍ଲୀରୁ ହେଭିୱେଟ୍ ନେତା ଆସୁଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାମଲାଲଜୀ, କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ବାବୁଲ ସୁପ୍ରିୟୋ ପରି ନେତା ବିଜେପୁରରେ ବିଜେପି ପାଇଁ ପ୍ରଚାର କରିବେ । ସେହିପରି ଓଲିଉଡ ଷ୍ଟାର ଶ୍ରୀତମ ଦାସ, ପିଙ୍କି ପ୍ରଧାନ ଓ ମିହିର ଦାସ ମଧ୍ୟ ଦଳର ମୁଖ୍ୟ ପ୍ରଚାରକ ତାଲିକାରେ ଅଛନ୍ତି ।

ପଢନ୍ତୁ ;

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’

Related posts

ଜମ୍ମୁର ୫ ଜିଲ୍ଲାରେ ପୁଣି ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

Ratnamani Moharana

ବିଧାନସଭାର ନୂଆ ବିରୋଧୀ ଦଳ ନେତା ହେଲେ ପ୍ରଦୀପ୍ତ ନାୟକ

Ratnamani Moharana

ପଶ୍ଚିମବଙ୍ଗ ରାୟଗଞ୍ଜରେ ମତଦାନ ସମୟରେ ନିର୍ବାଚନୀ ହିଂସା

Ratnamani Moharana

Leave a Comment