News

ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମୋହର:ଅତିରିକ୍ତ ୨୫ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ

ଗରିବ ତାଲିକାରୁ ବାଦ୍ ପଡିଥିବା ଅତିରିକ୍ତ ୨୫ ଲକ୍ଷ ଲୋକ ଆସନ୍ତା ଅକ୍ଟୋବର ମାସରୁ ୧ ଟଙ୍କିଆ ଚାଉଳ ପାଇବେ। ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଠ ୯ ଲକ୍ଷ ୪୪ ହଜାର ଗରିବ ଲୋକଙ୍କୁ ମଧ୍ୟ ୧ ଟଙ୍କିଆ ଚାଉଳ ଯୋଗେଇ ଦିଆଯିବ।

ଓଡ଼ିଶାର ଜଣେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗତ ୨୮ ତାରିଖରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ଅବସରରେ ଘୋଷଣା କରିଥିଲେ। ୨୦୦୮ରେ ରାଜ୍ୟର ଟିକସଦାତାଙ୍କ ଅର୍ଥରୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର କିଗ୍ରା ପିଛା ୨ ଟଙ୍କାରେ ଚାଉଳ ଯୋଗାଇବା ଆରମ୍ଭ କରିଥିଲେ। ୨୦୧୩ରୁ ସେମାନଙ୍କୁ କିଗ୍ରା ପିଛା ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଇଥିଲା। ଓଡ଼ିଶା ସରକାରଙ୍କ ଏଭଳି ଉଦ୍ୟମ ସେତେବେଳେ ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିଥିଲା।

୨୦୧୧ ଜନଗଣନା ଆଧାରରେ କେନ୍ଦ୍ର ସରକାର ରାଜ୍ୟର ୮୬ ଲକ୍ଷ ୯୬ ହଜାର ୪୩୭ ପରିବାରର ୩ କୋଟି ୨୨ ଲକ୍ଷ ଲୋକ ୯୯ ହଜାର ୩୧୨ ଜଣଙ୍କୁ ଏନ୍‌ଏଫଏସଏରେ ସାମିଲ କରିଛନ୍ତି। ୨୦୧୫ ନଭେମ୍ବର ପହିଲାରୁ ରାଜ୍ୟରେ ଏନଏଫଏସଏ କାର୍ଯ୍ୟକାରୀ ହେଉଛି। ଜନ ସଂଖ୍ୟାରେ ବୃଦ୍ଧି ଦର୍ଶାଇ ରାଜ୍ୟ ସରକାର ଆହୁରି ୩୪ ଲକ୍ଷ ୪୪ ହଜାର ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମୋହର:ଅତିରିକ୍ତ ୨୫ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମୋହର:ଅତିରିକ୍ତ ୨୫ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ cabinet

ପଢନ୍ତୁ;ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ସୀତାଂଶୁ କର

Related posts

ଆଜି ସ୍ଵାଧୀନତା ସଂଗ୍ରାମୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ

ENO Beuro

ବାସୁଦେବପୁରରେ ଓଲଟିଲା ବସ୍‌, ୧୫ଜଣ ଯାତ୍ରୀ ଆହତ

ENO Beuro

‘ମୋ ବସ’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More