• Home
  • News
  • ସାରା ଓଡିଶାରେ ଶୀତର ଲହରୀ : ରାତି ସହିତ ଦିନରେ ମଧ୍ୟ ଖସୁଛି ପାରଦ
News

ସାରା ଓଡିଶାରେ ଶୀତର ଲହରୀ : ରାତି ସହିତ ଦିନରେ ମଧ୍ୟ ଖସୁଛି ପାରଦ

ସାରା ଓଡିଶାରେ ଶୀତର ଲହରୀ । ସାରା ରାଜ୍ୟବାସୀ ଏବେ ଶୀତରେ ଥରୁଛନ୍ତି । ରାଜ୍ୟରେ ପାଗ ଶୁଖିଲା ଥିବା ହେତୁ ପାରଦ ତଳକୁ ଖସିବାରେ ଲାଗିଛି । ରାତି ସହିତ ଦିନବେଳେ ମଧ୍ୟ ପାରଦ ଖସୁଛି । ଉତ୍ତର ପଶ୍ଚିମ ଦିଗରୁ ବହୁଛି ଥଣ୍ଡା ପବନ। ସେହି ପବନ ଦେହକୁ କାଲୁଆ କରିଦେଉଛି। ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନ ଦେହକୁ କାଲୁଆ କରିଦେଉଛି। ବର୍ତମାନ ଉପକୂଳବର୍ତୀ ଅଧିକାଂଶ ସ୍ଥାନରେ ଶୀତ ସେତେଟା ଅନୁଭୂତ ହେଉନାହିଁ। କିନ୍ତୁ ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଏବେ ପ୍ରଚଣ୍ଡ ଥଣ୍ଡା।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ବୟାନ କରୁଛି ୨୫ ସୁଦ୍ଧା ପାରଦ ୨ଡିଗ୍ରୀ କମିବ ଓ ୩୦ ତାରିଖ ସୁଦ୍ଧା ୪ଡିଗ୍ରୀପର୍ଯ୍ୟନ୍ତ କମିପାରେ। ଆଜି ଯେଉଁ ମାତ୍ରାରେ ସର୍ବନିମ୍ନ ତାପମାତ୍ରା କମିଛି, ସ୍ୱାଭାବିକ ପରିମାଣ ତୁଳନାରେ ଏହା ହାରାହାରି ୨ରୁ ୩ଡିଗ୍ରୀ। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନ ସିଧାସଳଖ କେନ୍ଦ୍ରୀୟ ଭାରତ ଦେଇ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବେଶ କରୁଛି। ବର୍ତମାନ ସାମୁଦ୍ରିକ ବାୟୁର ଗତି ଅତ୍ୟନ୍ତ ମନ୍ଥର ଥିବାରୁ ଥଣ୍ଡା ପବନ ଉପକୂଳକୁ ପ୍ରବେଶ କରିବାରେ କୌଣସି ବାଧା ନାହିଁ।

ଗତକାଲି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ହୀରାକୁଦରେ ୧୩.୩ଡିଗ୍ରୀ ରେକର୍ଡ ହୋଇଛି।

ସାରା ଓଡିଶାରେ ସିତାରା ଲହରୀ : ରାତି ସହିତ ଦିନରେ ମଧ୍ୟ ଖସୁଛି ପାରଦ   ସାରା ଓଡିଶାରେ ଶୀତର ଲହରୀ : ରାତି ସହିତ ଦିନରେ ମଧ୍ୟ ଖସୁଛି ପାରଦ

ପଢନ୍ତୁ, ଭିନ୍ନକ୍ଷମ ଲୋକଙ୍କୁ ଆଉ ଅନ୍ୟର ସାହାଯ୍ୟ ଦରକାର ହେବନି , ସୌରଶକ୍ତିରେ ଚାଲିବ ହୁଇଲ୍‌ ଚେୟାର

Related posts

ଦରମା ଓ ପେନସନ୍ ଦାବିରେ ତିନି ଦିନ ଧରି ଚାଲିଛି ଶ୍ରମିକ ଆନ୍ଦୋଳନ

Krishna Kumar Manoj

ଭିକ୍ଷାବୃତ୍ତି ମନା: ହାଇଦ୍ରାବାଦ୍‌ରେ ଦୁର୍ଘଟଣା ରୋକିବା ପାଇଁ ପୁଲିସ୍‌ ଜାରି କଲା ନୋଟିସ

Krishna Kumar Manoj

ସରିଲା ରିମାଣ୍ଡ ଅବଧି , ଜେଲ ଗଲେ ପୁଞ୍ଜିଲାଲ

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More