News

ଆମ ଗାଁ ଆମ ବିକାଶ:୧୨୩ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨୫.୪୦ କୋଟି

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୬ ଜିଲାର ୬ଟି ବ୍ଲକ ପାଇଁ ୨୫.୪୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ବରଗଡ଼ ଜିଲ୍ଲାର ବିଜେପୁର, ଜଗତସିଂହପୁର ଜିଲ୍ଲାର ରଘୁନାଥପୁର, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ସଦର, ଅନୁଗୁଳ ଜିଲ୍ଲାର କଣିହା, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାର ବିଜତୋଳା।

ବିଜେପୁର ବ୍ଲକ୍‌ର ୨୩ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ, ରଘୁନାଥପୁର ବ୍ଲକ୍‌ର ୧୯ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୨୦୭ଟି ପ୍ରକଳ୍ପ, ଢେଙ୍କାନାଳ ସଦର ବ୍ଲକ୍‌ର ୨୯ଟି ପଞ୍ଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୨୩୪ଟି ପ୍ରକଳ୍ପ, କଣିହା ବ୍ଲକ୍‌ର ୨୬ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୧୮୬ଟି ପ୍ରକଳ୍ପ, ଚନ୍ଦାହାଣ୍ଡି ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୨.୪୦ କୋଟି ଟଙ୍କାରେ ୧୦୬ଟି ପ୍ରକଳ୍ପ ଓ ବିଜତୋଳା ବ୍ଲକ୍‌ର ୧୨ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୧୦ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ଉନ୍ନୟନ କମିସନର୍‌, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପଢନ୍ତୁ;ଟ୍ୱିନସିଟିରେ ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି

Related posts

କମିଲା ଏଲପିଜି ଦର

ENO Beuro

ହାତୀ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳିତ ହେଉଛି ବିଶ୍ୱ ହସ୍ତୀ ଦିବସ

ENO Beuro

ମହମ୍ମଦ ସାମିଙ୍କ ଦୁର୍ଘଟଣା ପରେ ଶାନ୍ତ ପଡିଲେ ହସିନ୍ ଜହାଁ

ENO Beuro

1 comment

Leave a Comment