EnewsOdia.Com

ଧନୀ ତାଲିକାରେ ସବୁଠୁ ଧନୀ ନବୀନ

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପ୍ରକାଶ ପାଇଛି ମନ୍ତ୍ରୀଙ୍କ ତାଲିକା । କିଛି ମନ୍ତ୍ରୀ ୨୦୧୯ ମାର୍ଚ୍ଚ ଶେଷ ଏବଂ ଆଉ କେତେ ଜଣ ଜୁଲାଇ ଶେଷ ପର୍ଯ୍ୟନ୍ତ ନିଜ ସମ୍ପତିର ବିବରଣୀ ଦେଇଛନ୍ତି । ନବୀନଙ୍କ ସହିତ ତାଙ୍କ କ୍ୟାବିନେଟର ଏକାଧିକ ମନ୍ତ୍ରୀ କୋଟିପତି ଥିବା ଏଥିରେ ଦର୍ଶାଯାଇଛି ।  ପୂର୍ବଭଳି ସବୁଠାରୁ ଧନୀ ଅଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ୨୦୧୯ ମାର୍ଚ୍ଚ ସୁଦ୍ଧା ତାଙ୍କ ସମ୍ପତିର ପରିମାଣ ୬୩ କୋଟି ୬୪ ଲକ୍ଷ ଥିବା କୁହାଯାଇଛି । ୨୦୧୮ ତୁଳନାରେ ନବୀନଙ୍କ ସମ୍ପତି ପ୍ରାୟ ୧୪କୋଟି ଟଙ୍କା ବୃଦ୍ଧି ପାଇଛି । କିନ୍ତୁ ନିଜ ଭଉଣୀଙ୍କ ଠାରୁ ସେ ଆଣିଥିବା ୧୫ ଲକ୍ଷ ଟଙ୍କାର ଋଣ ସେ ଏ ଯାଏଁ ପରିଶୋଧ କରିନଥିବା ଜଣାପଡିଛି ।

ଭଉଣୀ ଋଣ ଏଯାଏ ଶୁଝିନାହାନ୍ତି

ରିପୋର୍ଟ କହୁଛି ଯେ ମୁଖ୍ୟମନ୍ତ୍ରୀ ପୂର୍ବଭଳି ସବୁଠୁ ଧନୀ ଅଛନ୍ତି। ଏଯାଏ ନିଜ ଭଉଣୀଠୁ ଆଣିଥିବା ୧୫ଲକ୍ଷ ଟଙ୍କାର ଋଣ ପରିଶୋଧ କରିନାହାନ୍ତି। ନବୀନଙ୍କ ପାଖରେ ଏବେବି ୧୯୮୦ ମଡେଲର ଆମ୍ବାସାଡ଼ର କାର ଥିବା ବେଳେ ୨ଲକ୍ଷରୁ ଅଧିକ ଟଙ୍କାର ଜୁଏଲାରୀ ମଧ୍ୟ ଅଛି। ଫରିଦାବାଦ ନିକଟରେ ଥିବା ନବୀନ ପଟ୍ଟନାୟକଙ୍କ ୨୨.୭ ଏକର ଫାର୍ମ ହାଉସର ମୂଲ୍ୟ ୧୦.୭୫କୋଟି ଟଙ୍କା ୨୦୧୭ ମାର୍ଚ୍ଚ ମାସରେ ଏହା ଆକଳନ କରାଯାଇଥିଲା। ସେହିପରି ନୂଆଦିଲ୍ଲୀ ସ୍ଥିତ ଏ.ପି.ଜେ ଅବଦୁଲ୍‌ କଲାମ ରୋଡରେ ଥିବା ପୈତୃକ ଗୃହରେ ନବୀନଙ୍କ ୫୦ ପ୍ରତିଶତ ଅଂଶଧନ ରହିଛି। ୨୦୧୪ ସେପ୍ଟେମ୍ବର ମାସର ଭାଲ୍ୟୁଏସନ୍‌ ଅନୁସାରେ ଏହାର ମୂଲ୍ୟ ୪୩.୩୬ କୋଟି ଟଙ୍କା ଆକଳନ କରାଯାଇଛି।

ପଢନ୍ତୁ: କରୋନା ଭାଇରସ୍‌ର ନାଁ ‘କୋଭିଡ୍‌-୧୯’ ଦେଲା ଡବ୍ଲ୍ୟୁଏଚ୍‌ଓ

ସମ୍ବନ୍ଧିତ ଖବର

ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

Ratnamani Maharana

୨୦ ବର୍ଷ ତଳର ପୁରୁଣା ଓ ଢିଲା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ଆସିଲେ ଦାଦା

Ratnamani Maharana

ଦୁଇ ଦିନ ପରେ ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିର ପାଇଁ ବ୍ୟାପକ ପ୍ରସ୍ତୁତି

Ratnamani Maharana

ଡ୍ରେନ୍‌ ପାଣିରେ ଭାସୁଛି ପୁରୀ ବଡ଼ଦାଣ୍ଡ

Ratnamani Maharana

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Ratnamani Maharana

ନୂଆ ବର୍ଷକୁ ରଙ୍ଗୀନ କରିବ ମଦ

Ratnamani Maharana