News

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ‘ଜାଗା’ ଆରମ୍ଭ

୧୦ ଲକ୍ଷ ବସ୍ତିର ବାସିନ୍ଦା ହେବେ ଉପକୃତ

ଦେଶର ବିକାଶ କ୍ଷେତ୍ରରେ ଓଡିଶା ସ୍ଵତନ୍ତ୍ର ପରିଚୟ ସୃଷ୍ଠୀ କରିଛି । ସହରର ବସ୍ତିରେ ରହୁଥିବା ଲୋକଙ୍କୁ ଜମି ଅଧିକାର ପ୍ରଦାନ କରି ଓଡିଶା ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି । ସହରାଞ୍ଚଳର ଗରିବ ବସ୍ତିବାସିନ୍ଦାଙ୍କ ‘ସ୍ୱପ୍ନର ଘର’ ଏବେ ‘ଜାଗା’ ଦ୍ୱାରା ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରର ବସ୍ତିବାସିନ୍ଦାଙ୍କ ପାଇଁ ଏହି ନୂଆ ଯୋଜନା ’ଜାଗା’ର ଶୁଭାରମ୍ଭ କରିଛନ୍ତି ।

ଏ ଦିଗରେ ଅନ୍ୟକୁ ରାସ୍ତା ଦେଖାଇଛି ଓଡିଶା । ଏହି ଯୋଜନାଦ୍ୱାରା ବର୍ଷକ ମଧ୍ୟରେ ୧୦ ଲକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ । ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ଅନୁଷ୍ଠିତ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ବଣ୍ଟନ ଓ ଜାଗା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବସ୍ତିବାସିନ୍ଦାଙ୍କ ଉଚ୍ଛେଦ ନୁହେଁ ସଶକ୍ତିକରଣ ପାଇଁ ଓଡ଼ିଶା ସାରାଦେଶରେ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଯୁଗାନ୍ତକାରୀ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ଓ ଏହାକୁ ସଫଳଭାବେ ଆଗେଇନେବାକୁ ତାଙ୍କ ଉଦ୍ୟମ ଜାରି ରହିବ । ଏହି ମିସନ୍‌ ମାଧ୍ୟମରେ ଆସନ୍ତା ୧ ବର୍ଷ ମଧ୍ୟରେ ରାଜ୍ୟର ୨୫ ଶହ ସହରାଞ୍ଚଳ ବସ୍ତିରେ ରହୁଥିବା ୧୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଜାଗା ଯୋଜନା’ର ସଫଳତା ପାଇଁ ଚୁକ୍ତି କରିଥିବା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ, ଏହାଦ୍ୱାରା ରାଜ୍ୟରେ ସାମାଜିକ ଅସମାନତା ଦୂର ହୋଇପାରିବ। ଏହି କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ସାରାବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ।

ରତନ ଟାଟା ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ ବସ୍ତିବାସିନ୍ଦାଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହା ମୋ ପାଇଁ ବଡ଼ଖୁସି ସ୍ମରଣୀୟ ଦିନ । ଓଡ଼ିଶା ପାଇଁ ବଡ଼ଧରଣର ସ୍ୱତନ୍ତ୍ର ପଦକ୍ଷେପ । ଲକ୍ଷାଧିକ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ମିଳିବ। ବସ୍ତିବାସିନ୍ଦାଙ୍କ ମଧ୍ୟରେ ରହିଥିବା ଅନିଶ୍ଚିତତା ଦୂର ହେବା । ବସ୍ତିବାସିନ୍ଦାଙ୍କ ଭବିଷ୍ୟତ ପାଇଁ ଏହା ନିଶ୍ଚିତ ସମ୍ପତ୍ତି ପାଲଟିବ। ସେହିଭଳି , ଅନ୍ୟତମ ଅତିଥି ତଥା ବିଶିଷ୍ଟ ବ୍ରିଟିଶ୍‌ ସ୍ଥପତି ଲର୍ଡ ନରମନ୍‌ ଫଷ୍ଟର ଯୋଗଦେଇଥିଲେ ।

ପଢନ୍ତୁ ;

ଲିଭର ଫେଲର କାରଣ କ’ଣ ଜାଣନ୍ତୁ ?

Related posts

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗ୍ରାହକଙ୍କ ପାଇଁ ଖୁସି ଖବର, ଜିରୋ ବାଲାନ୍ସ ରେ ଖୋଲନ୍ତୁ ଖାତା

ENO Beuro

ଉତ୍ତରାଖଣ୍ଡ: ୨୫୦ ମିଟର ଗଭୀର ଘାଟି ତଳକୁ ଖସିଲା ବସ୍,୧୦ ମୃତ

ENO Beuro

ପରଲୋକରେ ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁର

ENO Beuro

1 comment

Leave a Comment