News

ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ “ଶ୍ରେଷ୍ଠ ପ୍ରଶାସକ” ସମ୍ମାନରେ ସମ୍ମାନିତ କରାଯିବ

ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ "ଶ୍ରେଷ୍ଠ ପ୍ରଶାସକ" ସମ୍ମାନରେ ସମ୍ମାନିତ କରାଯିବ

ଦେଶର ପ୍ରତିଷ୍ଠିତ ଇଂରାଜୀ ପତ୍ରିକା "ଆଉଟ୍‌ଲୁକ୍‌ପକ୍ଷରୁ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ "ଶ୍ରେଷ୍ଠ ପ୍ରଶାସକସମ୍ମାନରେ ସମ୍ମାନିତ କରାଯିବ । ନୂଆଦିଲ୍ଲୀ ସ୍ଥିତ ହୋଟେଲ୍‌ ତାଜ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

ଆଉଟ୍‌ଲୁକ୍‌ରେ ଶ୍ରେଷ୍ଠ ପ୍ରଶାସକରେ ୬ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନିଆଯାଇଥିଲା । ଏଥିପାଇଁ ଗୁରୁବାର ବିଳମ୍ବିତ ରାତି ପର୍ୟ୍ୟନ୍ତ ଭୋଟିଂ ହୋଇଥିଲା । ସବୁଠାରୁ ଅଧିକ ଭୋଟ ପାଇଁ ନବୀନ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି । ଏହି ତାଲିକାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ରହିଛନ୍ତି ।

ଦୀର୍ଘ ୧୭ ବର୍ଷ ଶାସନରେ ରହି ଓଡ଼ିଶାର ଅର୍ଥନେତିକ ଅଭିବୃଦ୍ଧି ସହ ସାମଗ୍ରୀକ ବିକାଶ ଓ ଜନକଲ୍ୟାଣ କାର୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଦାରିଦ୍ର୍ୟ ଦୂରିକରଣରେ ମଧ୍ୟ ଓଡ଼ିଶା ଦେଶରେ ବହୁ ରାଜ୍ୟକୁ ପଛରେ ପକାଇ ଆଜି ଆଗରେ ରହିଛି ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ରହିଛି । ଏଥିପାଇଁ ବିଜୁ ଜନତା ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି । ନୂଆଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱରରେ ମଧ୍ୟ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ୟ୍ୟକ୍ରମ ରହିଛି ।

ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ "ଶ୍ରେଷ୍ଠ ପ୍ରଶାସକ" ସମ୍ମାନରେ ସମ୍ମାନିତ କରାଯିବ

Related posts

ବିନା ଚାଳକରେ ଟ୍ରାକରେ ୧୩କିଲୋମିଟର ଗଡିଲା ରେଳ, ବାଇକ୍‌ରେ ପିଛା କଲେ ଚାଳକ

ENO Beuro

ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା

ENO Beuro

ଆଗକୁ ଆଳୁ ସଙ୍କଟ , ଦର ୪୦ ଛୁଇଁବ

ENO Beuro

Leave a Comment