POLITICALS

ଆଜି ପୁୁରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ : ଏବେ ‘୧୯’ ପାଇଁ ପ୍ରସ୍ତୁତି

୧୮ ବର୍ଷ ଧରି ନିରଙ୍କୁଶ ଭାବେ ଓଡ଼ିଶାରେ ଶାସନ କରି ଚାଲିଛନ୍ତି ନବୀନ

୨୦୦୦ ମସିହାରେ କ୍ଷମତାକୁ ଆସିଥିବା ବିଜୁ ଜନତା ଦଳ ସରକାରକୁ ୧୮ବର୍ଷ ପୂରିଲା । ଗତ ୨୦୧୪ ମେ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପାଳିର ଶାସନ ଗାଦିରେ ବସିଥିଲେ । ଚତୁର୍ଥ ପାଳିର ଚତୁର୍ଥ ବର୍ଷ ଆଜି ପୁରୁଛି । ଲମ୍ବା ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗାଦିରେ ବସିବାରେ ନବୀନ ସୃଷ୍ଟି କରିଛନ୍ତି ରେକର୍ଡ଼ ।

ବିଜେଡି ଏବେ ‘୧୯’ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହିତ ବିଜେଡି ଆଜି ବି ରାଜ୍ୟରେ ସବୁଠୁ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ପାଳିରେ ଦଳ ୮୦ପ୍ରତିଶତ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି ବୋଲି କହୁଥିବାବେଳେ ବିରୋଧୀ କିନ୍ତୁ ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ବୋଲି ଦାବି କରୁଛନ୍ତି ।

ବିରୋଧୀ ସରକାରଙ୍କୁ କଠୋର ସମାଲୋଚନା କରୁଛନ୍ତି। ବିଜେଡି ନେତାମାନେ ସଫଳତାର ଲମ୍ବା ତାଲିକା ଉପସ୍ଥାପନ କରୁଛନ୍ତି । ବାସ୍ତବତା ହେଉଛି, ବିକାଶ ମୁହାଁ ହୋଇଛି ଓଡ଼ିଶା । ରାଜ୍ୟର ସବୁ ବର୍ଗ ପାଇଁ ସରକାର ମାଳ ମାଳ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଚତୁର୍ଥ ପାଳିର ଚତୁର୍ଥ ବର୍ଷ ରାଜନୈତିକ ଦୃଷିକୋଣରୁ ନବୀନ ପଟ୍ଟନାୟକଙ୍କ ପାଇଁ ଅନେକ ସଫଳତା ଆଣିଦେଇଛି ।

ବିଜେପୁର ଉପନିର୍ବାଚନରେ ବଡ ବ୍ୟବଧାନରେ ବିଜୟୀ ହୋଇଛି ଦଳ । ହିନ୍ଦୋଳ ଓ ଅତାବିରା ଆସନ ଜିତି ବିଜେଡି ପ୍ରମାଣିତ କିରିଛି ଯେ, ସରକାରୀ ଦଳକୁ ଚ୍ୟାଲେଞ୍ଜ କରିବା ସ୍ଥିତିରେ ବିରୋଧୀ ନାହାନ୍ତି । ସବୁ ବର୍ଗକୁ ଆକର୍ଷିତ କରିବା ଲାଗି ସରକାର ଗୋଟିଏ ପରେ ଗୋଟିଏ ଯୋଜନା ହାତକୁ ନେଇଛନ୍ତିା ନୂଆ ପିଢିର ଭୋଟରଙ୍କୁ ଟାର୍ଗେଟ କରିଛନ୍ତି ସରକାର । ଦୀର୍ଘଦିନର ଦାବି ଓଡିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେଇଛନ୍ତି ସରକାର । ସମୀକ୍ଷକଙ୍କ ମତରେ ନବୀନଙ୍କ ଲୋପ୍ରିୟତା କମିବା ବଦଳରେ ବଢୁଛି ।

ବିଜେଡି ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ପୂର୍ତି ସହ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ୧୮ ବର୍ଷ ପୁରଛି । ଲଗାତର କୃଷି କର୍ମଣ ପୁରସ୍କାର, ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକର ସମ୍ମାନ, ଦକ୍ଷତା ବିକାଶ କ୍ଷେତ୍ରରେ ସାରା ଭାରତରେ ଓଡିଶା ପ୍ରଥମ ହେବା ଓ ମାଓ ଦମନରେ କେନ୍ଦ୍ର ଦ୍ୱାରା ପ୍ରଶଂସିତ ହେବା ଗୋଟିଏ ଗୋଟିଏ ବଡ ଉପଲବ୍ଧି ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ ହେଲା ୨୦୧୯ ନିର୍ବାଚନରେ ଓଡ଼ିଶାରେ ତିନି ପ୍ରମୁଖ ରାଜନୈତିକ ଦଳ ଭିତରେ କଡ଼ା ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଆଜି ପୁୁରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ : ଏବେ ‘୧୯’ ପାଇଁ ପ୍ରସ୍ତୁତି naveen

ପଢନ୍ତୁ ;

ଚର୍ଚ୍ଚାରେ କର୍ଣ୍ଣାଟକର ଭାବି ମୁଖ୍ୟମନ୍ତ୍ରୀ : ଯେଉଁ ବର୍ଷ କଲେ ପ୍ରଥମ ବିବାହ ସେହି ବର୍ଷ ଜନ୍ମ ହୋଇଥିଲେ ଦ୍ୱିତୀୟ ପତ୍ନୀ

Related posts

ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

Krishna Kumar Manoj

ଲୋକସଭା ସହ ୧୧ ରାଜ୍ୟରେ ହୋଇପାରେ ବିଧାନସଭା ନିର୍ବାଚନ

Krishna Kumar Manoj

ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More