News

ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେବ ଝାରସୁଗୁଡା ବିମାନ ବନ୍ଦର

ଝାରସୁଗୁଡା ବିମାନ ବନ୍ଦର ସେପ୍ଟେମ୍ବର ୨୨ରେ ଉଦଘାଟନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଝାରସୁଗୁଡା ବିମାନ ବନ୍ଦରକୁ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି।

ଝାରସୁଗୁଡ଼ା ବିମାନବନ୍ଦର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ରାଜ୍ୟର ଦ୍ୱିତୀୟ ବିମାନବନ୍ଦର ଭାବେ ଏହା ପଶ୍ଚିମ ଓଡ଼ିଶାର ଚାହିଦା ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅାଶା କରୁଛନ୍ତିି। ଏହି ପରିପ୍ରେକ୍ଷୀରେ ଏହି ବିମାନବନ୍ଦରକୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ପଶ୍ଚିମ ଓଡ଼ିଶା ଜନସାଧାରଣଙ୍କ ମଧ୍ୟରେ ଦାବି ହେଉଛି। ବିମାନବନ୍ଦର ତାଙ୍କ ନାମରେ ନାମିତ ହେଲେ, ଏହା ହିଁ ସଂଗ୍ରାମୀଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏଣୁ, ଏହାକୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର, ଝାରସୁଗୁଡ଼ା ଭାବେ ନାମିତ କରିବା ପ୍ରସ୍ତାବକୁ କେନ୍ଦ୍ର ସରକାର ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି।

cm ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେବ ଝାରସୁଗୁଡା ବିମାନ ବନ୍ଦର cm

ଝାରସୁଗୁଡା ବିମାନ ବନ୍ଦର କାର୍ୟ୍ୟକ୍ଷମ ହେଲେ ନିକଟତମ ଜିଲାବାସୀ ବିମାନ ସେବା ପାଇବା ସହ କେତେକ ଜିଲାରେ ଥିବା ଶିଳ୍ପ ସଂସ୍ଥା ବ୍ୟବସାୟ ବିକାଶ ହେବ ବୋଲି ଆଶା ରଖାଯାଇଛି। ସେପ୍ଟେମ୍ବର ୨୨ ତାରିଖରେ ବିମାନବନ୍ଦର ଉଦଘାଟନ ହେବା ପରେ ଝାରସୁଗୁଡା ସମେତ ପଶ୍ଚିମ ଓଡିଶାର ଆର୍ଥିକ ଅଭିବୃଦ୍ଧି ହେବ।

ପଢନ୍ତୁ;ଦୂରଦର୍ଶନରେ ଲାଇଭ୍ ଶୋ ସମୟରେ ଟଳି ପଡିଲେ ଲେଖିକା ରୀତା ଜିତେନ୍ଦ୍ର

Related posts

ବିଗତ ଦିନର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ମୃତି ଇରାନି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ମୁକେଶ ଅମ୍ବାନୀ

ENO Beuro

୨୦୦ ଟଙ୍କାରେ ମିଳୁଛି ଜାଲ ଆଧାର , ଜାଣନ୍ତୁ କେମିତି ହେଲା ପର୍ଦ୍ଦାଫାସ୍‌

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More