POLITICALS

କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧାରୁନି: ଟିକେଟ ଫେରେଇ କଂଗ୍ରେସ ବିରୋଧୀ ହେଲେ

ଦଳୀୟ ଟିକେଟ ପାଇ ଟିକେଟ ଫେରାଇଲେ କଂଗ୍ରେସର ବରିଷ୍ଠ ନେତା

ନାମାଙ୍କନ ଦାଖଲ  ପ୍ରକୀୟାର ତାରିଖ ସରି ସରି ଆସୁଛି। ଆଉ ମାତ୍ର କେଇଟା ଦିନ ପରେ ହେବ ନିର୍ବାଚନ । ସବୁ ଦଳରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିଲାବେଳେ କଂଗ୍ରେସରେ ଏହା ନେଇଛି ଉତ୍କଟ ରୂପ । ଗତକାଲି ପିପିଲି ଆସନରୁ ଟିକେଟ ପାଇଥିବା ବିଧାୟକ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ  ନିର୍ବାଚନ ଲଢିବେନି ବୋଲି କହି ଟିକଟ୍ ଫେରାଇଦେଇଛନ୍ତି ।  ପରେ ପରେ ତିର୍ତ୍ତୋଲ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ବିଭୁ ତରାଇ  ମଧ୍ୟ ଦଳ ସହ ବିଜେଡି ଲିଙ୍କ୍ ଥିବା ଅଭିଯୋଗ ଆଣି ଟିକଟ୍ ଫେରାଇଦେଇଛନ୍ତି ।

ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଶେଷ ମୁହୂର୍ତ୍ତରେ କଂଗ୍ରେସ ଦଳ ୩ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲୋକସଭା ଆସନରେ ଫକୀର ମୋହନ  ନାୟକଙ୍କୁ ଦଳ ପ୍ରଥମେ ପ୍ରାର୍ଥୀ କରିଥିଲା। ତେବେ ଆଜି ତାଙ୍କୁ ବଦଳାଇ ମୋହନ ହେମ୍ବ୍ରମଙ୍କୁ  ଟିକେଟ ଦିଆଯାଇଛି।  ପାଟଣା ନିର୍ବାଚନ ମଣ୍ଡଳୀରେ ଗୋପେଶ୍ୱର ନାଏକଙ୍କ ସ୍ଥାନରେ ବିନୋଦ ନାଏକଙ୍କୁ  ଦଳ ପ୍ରାର୍ଥୀ କରିଛି । ତେବେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଶେଷ ମୁହୁର୍ତ୍ତରେ ପ୍ରାର୍ଥୀ ବଦଳ କାହିଁକି କରାଗଲା ସେ ନେଇ ଦଳ ପକ୍ଷରୁ କୌଣସି ସୂଚନା ମିଳିନାହିଁ।
ଆହୁରି ପଢନ୍ତୁ: ରାଜନେତା ଓ ତାଙ୍କ ସମ୍ପତ୍ତିର ମୂଲ୍ୟ ଜାଣିଲେ ବିଶ୍ଵାସ ହେବନି

Related posts

ପଦ୍ମ ଧରିଲେ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ

ENO Beuro

ଆଜି ପୁୁରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ : ଏବେ ‘୧୯’ ପାଇଁ ପ୍ରସ୍ତୁତି

ENO Beuro

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ!

ENO Beuro

Leave a Comment