• Home
  • News
  • ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !
News

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

ସକାଳ ୬ରୁ ଦିନ ୧୨ଟା ଯାଏଁ ଗଡିବନି ଗାଡି

ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦେଇଛି ଚକା ଜାମ୍ ଡାକରା ।  କଟକ ଓ ଭୁବନେଶ୍ୱରରେ ଆଜି ସକାଳ ୬ରୁ ଆରମ୍ଭ ହୋଇ ଏହି ଆନ୍ଦୋଳନ ଦିନ ୧୨ଟା ଯାଏଁ ଚାଲିବ । କଟକ ଓ ଭୁବନେଶ୍ୱରର ବିଭିନ୍ନ ଛକରେ ନେତା ଓ କର୍ମୀ ସାଧାରଣ ଲୋକଙ୍କୁ ଗାଡି ମଟର ବନ୍ଦ କରିବା ପାଇଁ ଅନୁରୋଧ କରିବେ।  ଆଉ ଏହାର ପ୍ରଭାବ ଟ୍ୱିନ ସିଟିରେ ଦେଖିବାକୁ ମିଳିଛି ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ତେଲର ଅହେତୁକ ଦରବୃଦ୍ଧି ଦେଶର ସାଧାରଣ ଜନତାଙ୍କ ମୁଣ୍ଡରେ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି । ତେଣୁ ଲୋକେ ଆଜି ୬ ଘଂଟା ପାଇଁ ଗାଡି ଚଲାଇବା ବନ୍ଦ କରନ୍ତୁ । ତେଲ ଦର ବୃଦ୍ଧିର ପ୍ରତିବାଦ କରନ୍ତୁ । କଂଗ୍ରେସ କର୍ମୀମାନେ ଉଭୟ ସହରକୁ ସଂଯୋଗ କରୁଥିବା ରାଜପଥର ଓ ସହର ମଧ୍ୟସ୍ଥ ବଡ଼ ବଡ଼ ଛକ ଜାଗାମାନଙ୍କରେ ବ୍ୟାନର୍‌ ଓ ପତାକା ଧରି ରାସ୍ତା ଅବରୋଧ କରିବା ସହ  ଟାୟାର ଜାଳି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି ।

କଟକ ଓ ଭୁବନେଶ୍ଵରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସର ବନ୍ଦର ପ୍ରଭାବ କଟକରେ ଦେଖିବାକୁ ମିଳିଛି । ମଧୁପାଟଣା, ଜଗତପୁର, ଶିଖରପୁର, ପ୍ରେସଛକ ଓ ବାଦାମବାଡ଼ିରେ କଂଗ୍ରେସ କର୍ମୀମାନେ ପିକେଟିଂ କରୁଛନ୍ତି । ରାସ୍ତାରେ ଟାୟାର ଜାଳି ଗାଡ଼ି ଅଟକାଉଛନ୍ତି । ଯାତ୍ରୀବାହୀ ବସ୍‌ ଗୁଡ଼ିକ ଯାଇ ନପାରି ଅଟକି ରହିଛନ୍ତି ।

ଭୁବନେଶ୍ୱରର ପ୍ରାୟ ୩୭ଟି ଛକରେ କଂଗ୍ରେସ ପାର୍ଟିର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବାଣୀବିହାର, ଏଜି ଛକ, ରସୁଲଗଡ଼, ଖଣ୍ଡଗିରି ଛକରେ କଂଗ୍ରେସ କର୍ମୀମାନେ ପିକେଟିଂ କରୁଥିବା ଜଣାପଡ଼ୁଛି । ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ବିଭିନ୍ନ ସ୍ଥାନରେ ୨୦ରୁ ୨୫ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି ।

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ ! ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ ! straik

ପଢନ୍ତୁ ;

ଚତୁର୍ଥ ଦିନରେ ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର !

Related posts

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

Krishna Kumar Manoj

ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

Krishna Kumar Manoj

ରାଜ ଠାକରେ: ଏବେ ଦେଶକୁ ମୋଦି ମୁକ୍ତ କରିବାର ସମୟ ଆସିଛି,ସବୁ ବିପକ୍ଷ ଦଳକୁ ଏକାଠି ହେବା ଦରକାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More