News

ଆସନ୍ତା ୪୮ ଘଣ୍ଟା ଯାଏଁ ତୁହାକୁ ତୁହା ଲାଗି ରହିବ ପ୍ରବଳ ବର୍ଷା

ଆଞ୍ଚଳିକ ପାଣିପାଗ କେନ୍ଦ୍ର ବର୍ଷା ଜାରି ରହିବ

ଓଡ଼ିଶାର ଉପରି ଭାଗରେ ଘୂର୍ଣ୍ଣିବଳୟ ସହ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜଧାନୀରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ। ସେହିପରି କଟକରେ ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏପଟେ ବର୍ଷା ଯୋଗୁ ଗତକାଲି ଭଳି ଆଜି ମଧ୍ୟ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରର ପାଣି ଜମି ରହିଥିବାରୁ ପର୍ଯ୍ୟଟକ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।  ଆଣ୍ଠୁଏ ପାଣିରେ ପଶି ବୁଲୁଛନ୍ତି ପର୍ଯ୍ୟଟକ। ପାଣି ନିଷ୍କାସନ ପାଇଁ ୨ଟି ମୋଟର ଲାଗିଥିବା ବେଳେ ସେଥିରୁ ଗୋଟିଏ ଅଚଳ ହୋଇପଡିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଯୋଗୁଁ ରାଜ୍ୟବ୍ୟାପୀ ଲାଗିରହିଛି ବର୍ଷା।  ଟ୍ୱିନ୍ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି।

ଟ୍ୱିନ୍ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି।

ପଢନ୍ତୁ : ଗଣଦୁଷ୍କର୍ମର ଶିକାର ହେଲେ ନେପାଳୀ ମହିଳା

Related posts

ମୌସୁମୀ ଅପେକ୍ଷା ବଢିଲା, ୯ ରୁ ୧୧ ତାରିଖ ଭିତରେ ଆସିବ ମୌସୁମୀ

ENO Beuro

ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଙ୍କ ଅରୁଣାଞ୍ଚଳ ଗ୍ରସ୍ତ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବନାହିଁ : ଚୀନ

ENO Beuro

ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ ପାଇଁ ରୋଡ ସୋ

ENO Beuro

1 comment

Leave a Comment