News

ଆଜି ଶ୍ରାବଣ ମାସ ତୃତୀୟ ସୋମବାର; ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

Vlcsnap 2019 08 05 09h01m46s122

ଆଜି ଶ୍ରାବଣ   ମାସର ତୃତୀୟ ସୋମବାର । ବଡି ଭୋରରୁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ବୋଲ ବମ ହରହର ବମ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ । ଦେବ ଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

Rayagada 12

ଚଳଚଞ୍ଚଳ ହୋଇପଡିଛି ରାଜ୍ୟର ସମସ୍ତ ଶୈବପୀଠ ।ବିଭିନ୍ନ ନଦୀରୁ ଜଳାଭାର ନେଇ ଭକ୍ତମାନେ ଜଳଲାଗି କରିଛନ୍ତି ।

 

ଏଥିପାଇଁ ବିଭିନ୍ନ ଶୈବପୀଠ ଉତ୍ସବ ମୁଖର । ଜଳଲାଗିକୁ ଶୃଙ୍ଖଳିତ କରିବା ପାଇଁ ମନ୍ଦିର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାଉଡିଆମାନେ ଲାଇନରେ ଯାଇ ଶୃଙ୍ଖଳିତ ଭାବେ ଯେପରି ଜଳଲାଗି କରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ମହାପ୍ରଭୁ ଲିଙ୍ଗରାଜ, ପୁରୀ ଲୋକନାଥ ଓ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ବର ଆଦି ଶୈବ କ୍ଷେତ୍ର ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଲିଛି । ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ।

ପଢନ୍ତୁ: ଐତିହାସିକ ପଦକ୍ଷେପ: ଦୁଇ ଭାଗ ହେଲା ଜାମ୍ମୁ-କାଶ୍ମୀର

Related posts

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ

ENO Beuro

ଗୋଆ ବିମାନବନ୍ଦରରେ ବିମାନରୁ ଖସିଲା ଇନ୍ଧନ ଟ୍ୟାଙ୍କ

Ratnamani Moharana

ଅବପାତର ରୂପ ନେଉଛି ଲଘୁଚାପ, ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ

Ratnamani Moharana

Leave a Comment