୧୧ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଓଡ଼ିଶା ଡ୍ରାଇଭର ମହାସଂଘ । ଆଜି ଦାବି ପୂରଣ ନେଇ ବିଧାନସଭା ସାମ୍ନାରେ ଗର୍ଜିଛନ୍ତି ଡ୍ରାଇଭର ମହାସଂଘ । ଏହି ଆନ୍ଦୋଳନରେ ୩୦ଟି ଜିଲ୍ଲାର ୩ ଲକ୍ଷରୁ ଊର୍ଦ୍ଧ୍ବ ଡ୍ରାଇଭର ସାମିଲ ହୋଇଛନ୍ତି । ୫୫ବର୍ଷରେ ପେନସନ ଲାଗୁ, ରାସ୍ତାରେ ୩୦କିମି ଭିତରେ ଶୋଚାଳୟ, ରାସ୍ତା ଉପରେ ଡ୍ରାଇଭର ମାନଙ୍କୁ ସୁରକ୍ଷା, ଡ୍ରାଇଭର ମୃତ ହେଲେ ୨୦ଲକ୍ଷ ଇନସୁରାନ୍ସ, ଦୁର୍ଘଟଣା ଆହତ ହେଲେ ୫ଲକ୍ଷ ସହାୟତା ରାଶି, ଡ୍ରାଇଭରଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଓ ଇନ୍ଦିରା ଆବାସ ଯୋଜନାରେ ସାମିଲ ନେଇ ଦାବି ରଖିଛି ଡ୍ରାଇଭର ମହାସଂଘ ।
ସୋମବାର ଭୋରରୁ ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମାଷ୍ଟରକ୍ୟାଣ୍ଟିନ୍ ଛକରେ ସେମାନେ ଏକତ୍ରୀତ ହୋଇଛନ୍ତି। ଏତେ ସଂଖ୍ୟକ ଡ୍ରାଇଭରଙ୍କ ସମାଗମରୁ ଭୁବନେଶ୍ବରର ରାସ୍ତାଘାଟଗୁଡ଼ିକ ଜାମ୍ ହୋଇଯିବା ଆଶଙ୍କା ଦେଖାଦେଇଛି। ରସୁଲଗଡ଼, ବାଣୀବିହାର, ରାଜମହଲ , ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଆଦି ଛକରେ ରାସ୍ତା ଜାମ୍ ହୋଇଛି।