News

ପ୍ରଥମେ ବାତ୍ୟା ଏବେ ଦାଉସାଧୁଛି ମହାମାରୀ

Ded

ମେ ୩ରେ ବାତ୍ୟା ଫନି ଉପକୂଳବାସୀଙ୍କର ମନରୁ ଆଶା ଓ ବଞ୍ଚିବାର ରାହା ଛଡେଇନେଇଥିଲା। ତଥାପି ମଣିଷ ତାର ସ୍ବଭାବାନୁସାରେ ବଞ୍ଚିବାକୁ ଆଶାନେଇ ପୁଣି ଠାରେ ଠିଆହେଲାବେଳକୁ ମାଡି ଆସିଲା ମହାମାରୀ । ଏଭଳି କିଛି ଦେଖିବାକୁ ମିଳିଛି ପୁରୀରେ। ପୁରୀ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖିବାକୁ ମିଳୁଛି । ବାତ୍ୟା ପରେ ଦୂଷିତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ଲୋକ।

ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ୫୦ରୁ ଅଧିକ ଚିକିତ୍ସିତ ହୋଇ ଫେରିଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ୩୫ ଜଣ ଆକ୍ରାନ୍ତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୁରୀ ସିଡିଏମ୍‌ଓ  କହିଛନ୍ତି । ଏଥିମଧ୍ୟରୁ ବ୍ରହ୍ମଗିରି ଅଞ୍ଚଳର ୨୧ ଜଣ, ପୁରୀ ସଦର ବ୍ଳକ ଅଞ୍ଚଳରେ ୫ ଜଣ ଓ ଜିଲ୍ଲା ସଂକ୍ରାମକ ହସ୍ପିଟାଲ୍‌ରେ ୯ ଜଣ ଥିବା ଜଣାପଡ଼ିଛି । ତେବେ ଗତ ଦୁଇଦିନ ମଧ୍ୟରେ ପୁରୀ ସଦର ବ୍ଲକର ରେଣ୍ଡୁଅ ଚମାର ସାହି ଅଞ୍ଚଳରେ ୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।
ପଢନ୍ତୁ: ଦିଦିଙ୍କ ଗେହ୍ଳା ପୁଅ ରାଜୀବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

Related posts

୬ ବର୍ଷ ପରେ ପାକିସ୍ତାନରୁ ଫେରିଲେ ହାମିଦ ଅଂସାରୀ

ENO Beuro

୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ଏମ୍ସରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ଜେଟଲୀ!

ENO Beuro

Leave a Comment