News

ଦାନା ବାନ୍ଧୁଛି ଲଘୁଚାପ : ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

Untitled 1

ଉତ୍ତର ବଙ୍ଗୋପସାଗରରେ ତଥା ପଶ୍ଚିମବଙ୍ଗ ଉପକୂଳରେ ଦାନା ବାନ୍ଧୁଛି ଲଘୁଚାପ । ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।  ଏହା ପୂର୍ବରୁ ଗତକାଲି ଠାରୁ ସକ୍ରିୟ ହୋଇଛି ମୌସୁମୀ । ଏହା ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ଦୁଇ ଦିନ ଧରି ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରାଙ୍କ କହିବାନୁଯାଇ, “ ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ପୁରୀରେ ୮୭ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୫୧ ମିମି, ଗୋପାଳପୁରରେ ୨୬ ମିମି, ଚାନ୍ଦବାଲିରେ ୩୧ ମିମି  ଓ ଝାରସୁଗୁଡ଼ା ୩୦ ମିମି  ବର୍ଷା ରେକର୍ଡ କରାଯାଇଛି। ଆସନ୍ତାକାଲି ମଧ୍ୟ  କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।”ସେ ଆହୁରି କହିଛନ୍ତି,“ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ତେବେ ଏହି ଲଘୁଚାପ ନିଅଣ୍ଟିଆ ବର୍ଷା ପରିମାଣକୁ ପୂରଣ କରିବ।”

୩୧ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ମଧ୍ୟ ଉପକୂଳ ଓଡ଼ିଶା ଉପରେ ରହିବ। ଲଘୁଚାପ ପ୍ରଭାବରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ  ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ପଢନ୍ତୁ: ଆଜିଠୁ କର୍ଣ୍ଣାଟକରେ ନୂଆ ସରକାର, ସଂଧ୍ୟା ୬ଟାରେ ଶପଥ ଗ୍ରହଣ କରିବେ ୟେଦ୍ଦୁରପ୍ପା

Related posts

ଡିସେମ୍ବର ୧ରୁ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଙ୍ଗମଞ୍ଚରେ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

ENO Beuro

ଚୀନର ପାକିସ୍ଥାନ ପ୍ରେମ: ପାକିସ୍ଥାନକୁ ଯୋଗେଇ ଦେବ ଅତ୍ୟାଧୁନିକ ଡ୍ରୋନ

Ratnamani Moharana

ବ୍ରିଟେନର ବିଦେଶ ମନ୍ତ୍ରୀଙ୍କ ଇସ୍ତଫା

ENO Beuro

Leave a Comment