News SPORTS

କ୍ରିଡାର ବିକାଶ ପାଇଁ ଓଡିଶାକୁ ମିଳିଲା ସର୍ବୋତ୍ତମ ରାଜ୍ୟ ପୁରସ୍କାର 

award

ନିଜେ ପୁରସ୍କାର ଗ୍ରହଣ କଲେ ନବୀନ, ରାଜ୍ୟବାସୀଙ୍କୁ ଉର୍ସଗ କଲେ

କ୍ରୀଡାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ ଭାବେ ‘ଷ୍ଟେଟ୍ ଅଫ୍ ଦ ଇୟର ଆୱାର୍ଡ’ରେ ସମ୍ମାନିତ ହେଲା ଓଡ଼ିଶା। ସ୍ପୋର୍ଟ୍ସ ଷ୍ଟାର ତରଫରୁ ପ୍ରମୋସନ୍ ଅଫ୍ ସ୍ପୋର୍ଟ୍ସ ଷ୍ଟେଟ୍ ଅଫ୍ ଦ ଇୟର ୨୦୧୯ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ବିଶ୍ୱ ଚେସ୍ ଚମ୍ପିୟାନ୍ ବିଶ୍ୱନାଥନ ଆନନ୍ଦ ।

ଖେଳ ଓ ରାଜନୀତିରେ ସଫଳତା ପାଇଁ ଝୁଙ୍କ ଦରକାର। ଖେଳରେ ଜିତିବା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ବିଜୟ ମୁକୁଟ ଦେବ। ମୁମ୍ବାଇରେ ସ୍ପୋର୍ଟଷ୍ଟାର କ୍ରିଡା ପତ୍ରିକା ପକ୍ଷରୁ ଆୟୋଜିତ ପୁରସ୍କାର ଉର୍ସବରେ ‘କ୍ରିଡାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ’ ପୁରସ୍କାର ଗ୍ରହଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ପୁରସ୍କାର ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣତଃ ମନ୍ତ୍ରୀମାନେ କ୍ରୀଡା ପୁରସ୍କାର ପ୍ରଦାନ କରୁଥିବା ଦେଖାଯାଇଥାଏ। କିନ୍ତୁ ଆଜି ହେଉଛି ଏକ ବ୍ୟତିକ୍ରମ। ଆଜି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ଯେ ମୁଁ ଏଠାରେ କ୍ରୀଡା ପାଇଁ ପୁରସ୍କାର ଗ୍ରହଣ କରୁଛି। ଦେଖନ୍ତୁ, ରାଜନୀତି କ୍ରୀଡା ଠାରୁ ବିଶେଷ ଅଲଗା ନୁହେଁ। ଆମକୁ ଦୌଡିବା, ଡେଇଁବା, ଧରିବା, ଫୋପାଡିବା ଆଦି ସବୁକିଛି କରିବାକୁ ପଡିଥାଏ।

ପଢନ୍ତୁ;  ଯୁକ୍ତ ୨ ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି

Related posts

ଭାଇରାଲ୍‌ ହୋଇଥିବା ଚଳନ୍ତା ଟ୍ରେନ୍‌ ସହ ବିପଜ୍ଜନକ ଭିଡିଓର ଅସଲ ରହସ୍ୟ ଜାଣନ୍ତୁ

ENO Beuro

ରଘୁରାମ ରାଜନ ହୋଇ ପାରନ୍ତି ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ଣ୍ଣର!

ENO Beuro

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଲେ ମିଥୁନ ଚକ୍ରବର୍ତ୍ତୀ

Ratnamani Moharana

Leave a Comment