News

ସମ୍ବଲପୁର ଝିଅ ଅର୍ପିତା ହେଲେ ଗାଲେକ୍ସି ଲିଟିଲ ମିସ୍‌ ୱାର୍ଲଡ

ଓଡ଼ିଆ ଝିଅ ହେଲେ ଲିଟିଲ ମିସ୍‌ ୱାର୍ଲଡ

ବୁଲଗେରିଆ ସୋଫିଆରେ ଅନୁଷ୍ଠିତ ଗାଲେକ୍ସି ଲିଟଲ ମିସ ୱାଲ୍ଡ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ସମ୍ବଲପୁରର ଝିଅ ଅର୍ପିତା ବେହେରା। ଏହି ଖବର ପ୍ରସାରିତ ହେବା ପରେ ସମ୍ବଲପୁରରେ ଖୁସିର ଲହରୀ ଖେଳିଯାଇଛି। ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ସୋଫିଆରେ ଅନ୍ତର୍ଜାତୀୟ ଲିଟିଲ ମିସ୍‌ ଆଣ୍ଡ ମାଷ୍ଟର ଗାଲାକ୍ସି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ସମ୍ବଲପୁର ସାକ୍ଷୀପଡ଼ାର ଫ୍ରିଲାନ୍ସ ଫଟୋଗ୍ରାଫର ରାଜେଶ କୁମାର ବେହେରା ଓ ଭିଏସ୍‌ଏସ୍‌ ଇଂରାଜୀ ମିଡିୟମ ସ୍କୁଲ ଶିକ୍ଷୟିତ୍ରୀ ବୀଣାକୁମାରୀ ବେହେରାଙ୍କ ଏକମାତ୍ର କନ୍ୟା ଅର୍ପିତା ଗତ ୨୦୧୨ ମସିହାରେ ‘ଲିଟିଲ ମିସ୍‌ ସମ୍ବଲପୁର’ ଟାଇଟଲ ଜିଣିଥିଲେ। ଗତ ବର୍ଷ ନଭେମ୍ବରରେ ସେ ‘ଲିଟିଲ ମିସ୍‌ ବେଙ୍ଗାଲୁରୁ’ ଟାଇଟଲ ମଧ୍ୟ ଜିଣିଥିଲେ। ଏହା ପରେ ପରେ ମିସ ୱାର୍ଲଡ ପ୍ରତିଯୋଗିତା ହେବାରୁ ବେଙ୍ଗାଲୁରୁ ଆୟୋଜକମାନେ ଅର୍ପିତାଙ୍କ ଅଭିଭାବକଙ୍କୁ ସେଥିରେ ଭାଗ ନେବାକୁ ପରାମର୍ଶ ଦେଇଥିଲେ।

ଗତ ଡିସେମ୍ବର ୨୮ରେ ହାଇଦରାବାଦ ଓ ବିଶାଖାପାଟଣାରେ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଅର୍ପିତା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହା ପରେ ୪ଟି ଗ୍ରୁପ୍‌ରେ ୨ ଜଣ ବାଳକ ଓ ୨ ଜଣ ବାଳିକା ବୁଲଗେରିଆରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହି ଆନ୍ତର୍ଜାତିକ ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ଅର୍ପିତା ସଫଳତା ହାସଲ କରି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ଅର୍ପିତା ଚୂଡ଼ାନ୍ତ ପର୍ୟ୍ୟାୟରେ ‘ଲିଟିଲ ମିସ୍‌ ୱାର୍ଲଡ’ ବିବେଚିତ ହୋଇଛନ୍ତି।

ପୂର୍ବରୁ ମଧ୍ୟ ୨୦୧୭ରେ ଗଞ୍ଜାମର ଓଡ଼ିଆ ଝିଅ ମିରା ଏହି ପ୍ରତିଯୋଗିତାରେ ରନର୍ସଅପ ହୋଇଥିଲା ବେଳେ ବାଙ୍ଗାଲୁରୁ ଜଣେ ଝିଅ ଏହି ଟାଇଟେଲ୍ ବିଜୟୀ ହୋଇଥିଲେ। ତେବେ ଝିଅ ଅର୍ପିତାର ଏହି ବିଜୟ ନେଇ ବେଶ ଖୁସି ଅଛନ୍ତି ବାପା ମା।

ପଢନ୍ତୁ;

ଆସନ୍ତୁ ଜାଣିବା ଉପବାସ ସମୟରେ କଣ ଖାଇଲେ ଶାରୀରିକ ସମସ୍ୟା ଭୋଗୀବେ ନାହିଁ?

Related posts

୧୫,୧୬୭ କୋଟି ବିମାର ଦାବିଦାର ନାହାନ୍ତି

ENO Beuro

ଓଡିଶା ଆସିଛନ୍ତି ନେପାଳର ରାଜା : ଶ୍ରୀକ୍ଷେତ୍ର ଯାଇ ୧୧ରେ କରିବେ ଶ୍ରୀଜିଉମାନଙ୍କୁ ପୂଜା

ENO Beuro

ଦୁର୍ଘଟଣା ବଢୁଛି – ନା କର୍ତୃପକ୍ଷ ନା ଲୋକମାନେ, ଏଥିପାଇଁ କାହାର ନଜର ନାହିଂ

ENO Beuro

1 comment

Leave a Comment