ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ରାଜ୍ୟପାଳ

ପଛକୁ ଗଡ଼ିଗଲା କାର୍‌

ଓଡ଼ିଶା ରାଜ୍ୟପାଳ ସତ୍ୟପାଲ ମଲିକ ଗୁରୁବାର ଦିନ ୧୧ଟାରେ ରାଜଭବନଠାରେ ପହଞ୍ଚିଥିଲେ ।ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ । ଏଥିରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି । ଫଳରେ ରାଜ୍ୟପାଳ ଶ୍ରୀଜିଉଙ୍କୁ ଦର୍ଶନ କରିନପାରି ଭୁବନେଶ୍ୱର ଫେରି ଯାଇଥିବା ଚର୍ଚ୍ଚା ହେଉଛି ।

ରାଜ୍ୟପାଳ ଏସ୍‌ସି ଜମିରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ଶ୍ରୀ ମଲ୍ଲିକ ଓଡ଼ିଶା ରାଜ୍ୟପାଳ ରୂପେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶା ରାଜ୍ୟପାଳ ସତ୍ୟପାଲ ମଲିକ ଗୁରୁବାର ଦିନ ୧୧ଟାରେ ରାଜଭବନଠାରେ ପହଞ୍ଚିଥିଲେ । ଗାଡିରୁ ଓହ୍ଲାଇବା ସମୟରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ଓ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ତାଙ୍କୁ ସ୍ଵାଗତ କରିଥିଲେ ।

ଏହି ସ୍ବାଗତ ପର୍ବ ଚାଲିଥିବା ବେଳେ ହଠାତ୍‌ ତାଙ୍କର କାର୍‌ଟି ପଛକୁ ଗଡିଯାଇଥିଲା । ସେହି ସମୟରେ ଗାଡିର ଡୋର୍‌ଟି ଖୋଲାଥିଲା । ଜିଲାପାଳ ସଙ୍ଗେ ସଙ୍ଗେ ଗାଡିର ଡୋର ବନ୍ଦ କରିବା ସହ ରାଜ୍ୟପାଳଙ୍କୁ ଆଗକୁ ଟାଣିଆଣିଥିଲେ । ଫଳରେ ଅଳ୍ପକେ ଏକ ଦୁର୍ଘଟଣାରୁ ସେ ବର୍ତ୍ତିଯାଇଥିଲେ । ତେବେ ଏଥିରେ ରାଜ୍ୟପାଳଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିବା କୁହାଯାଉଛି । ଗାଡ଼ିର ବ୍ୟାକ୍‌ ଗିୟର ପଡ଼ିଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଚର୍ଚ୍ଚା ହେଉଛି ।

ଏହି ଘଟଣା ପରେ ରାଜ୍ୟପାଳ ଆଉ ଶ୍ରୀମନ୍ଦିରକୁ ନଯାଇ ରାଜଭବନରେ କିଛି ସମୟ ବିଶ୍ରାମ ନେଇ ଭୁବନେଶ୍ୱର ଫେରି ଯାଇଥିବା ଜଣାପଡ଼ିଛି ।

ପଢନ୍ତୁ ;

ଯୋଧପୁର ଜେଲରେ ସଲମାନ ହେଲେ କଏଦୀ ନମ୍ବର ୧୦୬ , ଆଜି ହେବ ସଲମାନଙ୍କ ଜାମିନ ଆବେଦନର ଶୁଣାଣି

ଓଡ଼ିଶା ରାଜ୍ୟପାଳ ସତ୍ୟପାଲ ମଲିକ ଗୁରୁବାର ଦିନ ୧୧ଟାରେ ରାଜଭବନଠାରେ ପହଞ୍ଚିଥିଲେ । - 91%

91%

ତେବେ ଏଥିରେ ରାଜ୍ୟପାଳଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିବା କୁହାଯାଉଛି - 88%

88%
89.5%

Very Good!

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ରାଜ୍ୟପାଳ

ଓଡ଼ିଶା ରାଜ୍ୟପାଳ ସତ୍ୟପାଲ ମଲିକ ଗୁରୁବାର ଦିନ ୧୧ଟାରେ ରାଜଭବନଠାରେ ପହଞ୍ଚିଥିଲେ ।ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ । ଏଥିରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି । ଫଳରେ ରାଜ୍ୟପାଳ ଶ୍ରୀଜିଉଙ୍କୁ ଦର୍ଶନ କରିନପାରି ଭୁବନେଶ୍ୱର ଫେରି ଯାଇଥିବା ଚର୍ଚ୍ଚା ହେଉଛି ।

No Votes Yet

You're not rated yet