26 C
Bhubaneswar
October 1, 2020
EnewsOdia.Com
ନ୍ୟୁଜ୍

ମକର ସଂକ୍ରାନ୍ତି ପାଇଁ ଛୁଟି ରହିବ ସମସ୍ତ ସ୍କୁଲ , କଲେଜ ଓ ସରକାରୀ କାର୍ଯ୍ୟଳୟ

ମକର ସଂକ୍ରାନ୍ତିରେ ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠାପଣା ପ୍ରସ୍ତୁତ କରାଯାଇଥାଏ। ଏହି ପର୍ବକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ତେବେ ଏହି ପର୍ବ ପାଇଁ ଓଡିଶା ସରକାର ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି। ରାଜ୍ୟରେ ମକର  ସଂକ୍ରାନ୍ତି ଏକ ପ୍ରମୁଖ ଗଣପର୍ବ  ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ଘୋଷଣା କରିବା ପରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି।

ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି ।

ପଢନ୍ତୁ: ରଦ୍ଦ ହେଲା ମୁସାରଫଙ୍କ ମୃତ୍ୟୁ ଦଣ୍ଡାଦେଶ

Related posts

ଶୀତ ପାଇଁ ବନ୍ଦ କେଦାରନାଥ ମନ୍ଦିର

Ratnamani Maharana

ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦

Ratnamani Maharana

କମ୍ପିବ ବରଗଡ, ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More