News

ଏଣିକି ରାସ୍ତାରେ ଦୁର୍ଘଟଣା ହେଲେ ସରକାର ଦେବେ ସହାୟତା ରାଶି

Untitled 1

ଏଣିକି ରାସ୍ତାରେ ଦୁର୍ଘଟଣା  ହେଲେ ସରକାର ଦେବେ ସହାୟତା । ଅଜଣା ଗାଡି ଧକ୍କାରେ ଦୁର୍ଘଟଣା ହେଲେ ସହାୟତା ରାଶି  ମିଳିବ । ରାସ୍ତାରେ ଅଜଣା ଗାଡି ଧକ୍କାରେ ଯଦି କେହି ଆହତ ହୁଅନ୍ତି କିମ୍ବା କାହାର ମୃତ୍ୟୁ ହୁଏ ତେବେ ଆହତ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ତରଫରୁ ମିଳିବ ସହାୟତା। ବାଣିଜ୍ୟ ଓ ପରିବହନ ସଚିବଙ୍କ କହିବାନୁଯାୟୀ,ରାଜ୍ୟରେ ଦୁର୍ଘଟଣା ବଢିବାରେ ଲାଗିଛି । ବିଶେଷ କରି ମଦ୍ୟପାନ ଏବଂ ମୋବାଇଲ ଜନିତ କାରଣରୁ ଦୁର୍ଘଟଣା ବଢି ଚାଲିଛି । ଚଳିତବର୍ଷ ଏହି ହାର ୧୦ ପ୍ରତିଶତ ବଢିଛି । ତେବେ ଦୁର୍ଘଟଣା ରୋକିବାକୁ ଏହି ପଦକ୍ଷେପ ନିଆଯାଉଛି ବୋଲି ସଚିବ ସୂଚନା ଦେଇଛନ୍ତି ।

ତେବେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା  ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା   ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏହି ସହାୟତା ମିଳିବ ବୋଲି ସଡକ ସୁରକ୍ଷା ପରିଷଦ ବୈଠକ ପରେ ବାଣିଜ୍ୟ ଓ ପରିବହନ ସଚିବ ଏହି ସୂଚନା ଦେଇଛନ୍ତି ।

ପଢନ୍ତୁ: ପାଟକୁରା ଉପନିର୍ବାଚନ ପାଇଁ ବିଜେଡ଼ିର ରଣନୀତି ପ୍ରସ୍ତୁତି

Related posts

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା

ENO Beuro

ଏବେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ଯାତାୟାତ ଖର୍ଚ୍ଚ

Ratnamani Moharana

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ସତ୍ୟେନ୍ଦ୍ର ଜାଭେରୀ

ENO Beuro

Leave a Comment