POLITICALS

ରାଜ୍ୟରେ ‘ଆୟୁଷ୍ମାନ’କୁ ମିଳିପାରେ ଗ୍ରୀନ ସିଗନାଲ

A

ନବୀନଙ୍କ ସହ କଥା ହେଲେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ 

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ   ଯୋଜନାକୁ ଓଡିଶାରେ ଲାଗୁ କରିବାକୁ ଗ୍ରୀନ ସିଗନାଲ ମିଳିପାରେ। ଏନେଇ ଆଲୋଚନା ସରିଛି। କେବଳ ଔପଚାରିକ ଘୋଷଣା ବାକି ଅଛି। କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ଆୟୁଷ୍ମାନ ଭାରତ’ରାଜ୍ୟରେ ଲାଗୁ କରିବାକୁ ଚିଠିରେ ଜଣାଇଥିଲେ। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ  ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ ଆଲୋଚନା କରିଛନ୍ତି। ଏପରିକି ଡଃ ହର୍ଷବର୍ଦ୍ଧନ ଆଜି ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ‘ଆୟୁଷ୍ମାନ’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଛନ୍ତି।

କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାରେ ସାମିଲ ହେଲେ ରାଜ୍ୟ ସରକାରଙ୍କୁ ନିଜସ୍ୱ ଅଂଶ ବାବଦରେ ଅତିବେଶୀରେ ୬୦୦-୭୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଏବେ ସମସ୍ତଙ୍କୁ ରାଜ୍ୟର ସରକାରୀ ମେଡିକାଲରେ (ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ) ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଥିବାରୁ ଏହି ଅର୍ଥକୁ କିଭଳି ‘ଆୟୁଷ୍ମାନ’ ଯୋଜନାରେ ସାମିଲ କରାଯିବ ତାକୁ ନେଇ ଦ୍ୱନ୍ଦ୍ୱ ରହିଛି। ଘରୋଇ ହସ୍ପିଟାଲରେ ଚିକିତ୍ସାକୁ ନେଇ ଉଭୟ ଆୟୁଷ୍ମାନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ  ଯୋଜନାରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି।
ପଢନ୍ତୁ: ଇଦ୍‌ ଅବସରରେ ନମାଜ ପଢ଼ୁଥିବା ବେଳେ ଚଢ଼ିଗଲା କାର୍‌

Related posts

ଯୋଗୀ ଓ ମାୟାବତୀଙ୍କୁ ଝଟକା:ଇସିଙ୍କ ନିର୍ଦ୍ଦେଶ ୨ ଦିନ କରିପାରିବେନି ନିର୍ବାଚନ ପ୍ରଚାର

Ratnamani Moharana

ଇସ୍ତଫା ଜିଦରେ ରାହୁଲ, କଂଗ୍ରେସର ଅଧକ୍ଷ ମଙ୍ଗ ଧରିବ କିଏ?

Ratnamani Moharana

ନିର୍ବାଚନୀ ପ୍ରଚାର ପାଇଁ ନବୀନଙ୍କ ପାଟକୁରା ଗସ୍ତ

Ratnamani Moharana

Leave a Comment